ଅଞ୍ଚଳର ଗର୍ବ ଓ ଗୌରବ ବିପ୍ଳବୀ ଶହୀଦ ରଘୁ ଦିବାକର।

ରାଜସୁନାଖଳା,୨୪/୦୮(ପିପିଟି) : ରଣପୁରର ପ୍ରଜା ଆନ୍ଦୋଳନ ର ସ୍ରଷ୍ଟା। ମହାନବିପ୍ଳବୀ ନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ସେତେ ବେଳେ ବ୍ରିଟିଶ୍ ବାହୁଛାୟାତଳେ ରାଜ୍ୟ ଗୁଡ଼ିକର ରାଜାମାନେ ସାର୍ବଭୌମ କ୍ଷମତାର ଅଧିକାରୀ ଥିଲେ। ଅନ୍ୟାୟ ଅତ୍ୟାଚାର ଓ ଦମନ ଲୀଳାରେ ରାଜତନ୍ତ୍ର ତିଷ୍ଠି ରହିଥିଲା। ଏହି ଅନ୍ଧାରି ସାଶନ ବିରୁଦ୍ଧରେ ଜନ ଅସନ୍ତୋଷ ବିଦ୍ରୋହର ରୂପନେଇ ୧୯୩୮ ମସିହା ଶେଶାର୍ଧରେ ଭୟଙ୍କର ରୂପ ନେଇଥିଲା। ଫଳରେ ଆନ୍ଦୋଳନ ଦମନ ନିମନ୍ତେ ଗଡଜାତ ସମୂହର ପଲଟିକାଲ ଏଜେଣ୍ଟ ମେଜର ବେଜଲଗେଟ୍ ୧୯୩୯ ମସିହା ଜାନୁଆରିମାସ ୫ ତାରିଖଦିନ ରଣପୁର ରେ ପଦାର୍ପଣ କରିଥିଲେ। କିନ୍ତୁ ଘଟଣା ଚକ୍ରରେ ସେ ବିଦ୍ରୋହୀ ମାନଙ୍କ ଦ୍ଵାରା ନିହତ ହୋଇଥିଲେ। ସେହିଠାରେ ବିଦ୍ରୋହୀ ମାନେ ବେଜଲେଗେଟ୍ ଙ୍କୁ ବାଉଁଶ ଠେଙ୍ଗା ରେ ପିଟିପିଟି ମାରିଦେଇଥିଲେ। ବେଜଲେଗେଟ୍ ଙ୍କ ଏହି ହତ୍ୟାକାଣ୍ଡ ପରେ ରଣପୁର ରେ ଚାଲିଲା ବ୍ୟାପକ ଗିରଫଦାରୀ ଓ ଅମାନୁଷିକ ତାଣ୍ଡବଲୀଳା। ଏଥିରେ ପ୍ରଜାମଣ୍ଡଳୀ ରନେତା ବିଦ୍ରୋହୀ ଦିବାକର ପରିଡା ଓ ରଘୁନାଥ ମହାନ୍ତି ,ମଦନ ମୋହନ ଦାସ୍, ଅଗାଧୁ ପରିଡା ପ୍ରମୁଖ ୧୦୪ ଜଣଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ସଂଗ୍ରହ କରାଯାଇ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଲା। ଶେଷରେ ରଘୁ ଦିବାକରଙ୍କୁ ଫାଶି ଦେବାପାଇଁ ନିଷ୍ପତି ଗ୍ରହଣ କରାଗଲା।ଯେତେବେଳେ ରଘୁ ଦିବାକରଙ୍କୁ ରଣପୁର ଠାରୁ ବିହାର ର ଭାଗଲପୁର ନିଷ୍ଠୁର ପୋଲିସ ମାନେ ନେଇଯାଉଥିଲେ ସେତେବେଳେ ରଣପୁର ଠାରୁ କାଳୁପଡା ପର୍ଯ୍ୟନ୍ତରାସ୍ତାରେ ହଜାର ହଜାର ନର ନାରୀ ଅଶୃପୁର୍ଣ ନୟନରେ ଲୋଟିପଡିଥିଲେ। ସେ ଦୁର୍ଶ୍ୟ ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ। ବିପ୍ଳବୀ ଦ୍ୱୟଙ୍କୁ ଟ୍ରେନଯୋଗେ କାଳୁପଡାଠାରୁ ବିହାର ର ଭାଗଲପୁର୍ ଜେଲ୍ କୁ ନିଆଯାଇଥିଲା। ୧୯୪୧ମସିହା ଅପ୍ରେଲ ମାସ ୪ତାରଖ ଦିନ ସୂର୍ଯ୍ୟଦ୍ଵୟ ପୂର୍ବରୁ ସେ ଦୁହେଁ ଦେଶପାଇଁ ହସି ହସି ଫାଶିବରଣ କଲେ। ଗଡଜାତ ପ୍ରଜା ଆନ୍ଦୋଳନ ରେ ଫାସି ବରଣ କରିଥିବା ରଘୁ ଓ ଦିବାକର ପ୍ରଥମ ଓଡ଼ିଆ ପୁଅ। ମହାନ ସଙ୍ଗ୍ରାମୀ ରଘୁ-ଦିବାକର ଚିର ଅମର। ସେମାନଙ୍କ ଦେଶଭକ୍ତ, ନିଷ୍ଠା ଓ ଆତ୍ମଉସ୍ଵର୍ଗ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment