ଅଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ।

ପୋଲସରା ,୧୬୵୦୮(ପିପିଟି):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ଏକ ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ଏବଂ ସାହିତ୍ୟ ପତ୍ରିକା ଆମ ଜ଼ିଲ୍ଲା ପରିକ୍ରମା ପକ୍ଷରୁ ସାରା ଦେଶରେ ଅଜାଦୀ କା ଅମୃତ ମହୋତ୍ସବ ଏବଂ ସ୍ୱାଧୀନତା ଦିବସ ପାଳନ ଅବସରରେ “ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ … ” ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ଵାବଧାନରେ ସଭାପତି ହର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକ ଅଶୋକ ନନ୍ଦ,ମୁଖ୍ୟବକ୍ତା ଭାବେ ପ୍ରମୋଦ ଚନ୍ଦ୍ର ପାଢ଼ୀ,ସମ୍ମାନିତ ଅତିଥିଭାବେ ଆଧାତ୍ମିକବାଦୀ ବିପିନ ବିହାରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ । ଏହି ପରିପେକ୍ଷୀରେ ସମସ୍ତ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ୟେଶରେ ବହୁ ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । କବିତା ପାଠୋତ୍ସବରେ କବି ଶ୍ରୀଧର ମିଶ୍ର,ସତ୍ୟବାନ ପଣ୍ଡା,ସୁରେଶ ଚନ୍ଦ୍ର ପାଢ଼ୀ,ବି. ଗୋପାଳ ପାତ୍ର ଓ ସନ୍ତୋଷ କୁମାର ରାଉତ ପ୍ରମୁଖ ଏକାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସତ୍ୟବାନ ପଣ୍ଡାଙ୍କୁ ଆଦର୍ଶ ଶିକ୍ଷକ ଏବଂ ଯୁବ ସମାଜସେବୀ ଭାବେ ଗନ୍ଧମାର୍ଦନ ସେଠିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବସନ୍ତ କୁମାର ବିଶୋୟୀ ଶେଷ ସଙ୍ଗୀତ ଗାନ କରିଥିଲେ ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Comments (0)
Add Comment