ଅଜଣା ରୋଗ ଗ୍ରାସରେ ଚାଷ, କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ।

ପଦ୍ମପୁର,୦୧/୧୦(ପିପିଟି); ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧିନସ୍ଥ ଟେମେରୀ ଅଂଚଳ ରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେମଧ୍ୟ କରୋନାଭଳି ଛାଡିବାର ନାଁ ନେଉନିା ଲକଡାଉନ ସମୟ ରେ ଚାଷକାର୍ଯ୍ୟକୁ ଆଗେଇନେବା ସକାଶେ ଚାଷୀ ମହାଜନ ମାନଙ୍କ ଠାରୁ ଧାରକରଜ କରି ସୁନାର ଫସଲକୁ ଭଲ ଅମଳ ହେବ ଭାବି କଠିଣ ପରିଶ୍ରମ କରିଥିଲେ ସତ କିନ୍ତୁ ପ୍ରକୃତିର କରାଳଗ୍ରାସରେ ଆଜି ମାନବ ଜାତି ଛପପଟ ହେବାରେ ଲାଗିଲେଣି ।ଏପଟେ ଆତଙ୍କର କଳାବାଦଲ କରୋନା ଆଗକୁ ଆଗକୁ ବଢ଼ି ଚାଲିଥିଲାବେଳେ ସମଗ୍ର ଚାଷୀକୂଳ ଅଜଣା ରୋଗର ଶିକାରେ ନିଜର ସୁନାର ଫସଲ ଠିଆଠିଆ କ୍ଷତି ହେବାଦ୍ୱାରା ମୁଣ୍ଡରେ ହାତ ଦେଇ ବସିପଡିଲାଣି । ଯେ ମୁଣ୍ଡର ଝାଳ ତୁଣ୍ଡ ରେ ମାରି ସମଗ୍ର ପୃଥିବୀକୁ ଆହାର ମୁଠାଏ ଯୋଗାଉଛି, ତାଙ୍କ ପାଖକୁ କୃଷିବିଭାଗୀୟ କ୍ଷେତ୍ର ପରିଦର୍ଶକ ମାନେ ଏଭଳି ସମୟରେ ଆସି ଦିଗଦର୍ଶକ ଭାବେ ଛିଡା ହେବା ଉଚିତ l ପରିତାପର ବିଷୟ ଏହିକି ଅଦ୍ୟାବଧି କ୍ଷେତ୍ର କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନି । ଏ ବିଷୟ ରେ ଏଠାକାର ଚାଷୀବୃନ୍ଦ ମିଳିତ ହୋଇ ଲିଖିତ ଭାବେ କୃଷିଅଧିକାରୀ ପାଇକମାଲ,ଉପଜିଲ୍ଲାପାଳ ପଦ୍ମପୁର ଓ ପାଇକମାଲ ତହସିଲଦାରଙ୍କୁ କ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ ଦିଗରେ ଦୃଷ୍ଟି ଦେବାକୁ ପ୍ରବଳ ଦାବୀ ହେଉଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment