ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ।

­ଭଞ୍ଜନଗର,୧୧/୦୧(ପିପିଟି); ଭଞ୍ଜନଗର ବାଉଁଶ ଲୁଣ୍ଡି ବାଇପାସ ନିକଟରେ ଆଜି ଜଣେ ଅଜଣା ବୟସ୍କ ବ୍ୟକ୍ତି ଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠେଇଥିବା ଥିଲା। ସୂଚନା ମୁତାବକ ଗତ କିଛି ଦିନ ହେବ ଉକ୍ତ ବୃଦ୍ଧ ଜଣଙ୍କ ନିକଟସ୍ଥ ଏକ ଦୋକାନରେ କାମ କରି ଚଳୁଥିଲେ। ହେଲେ ଦୀର୍ଘଦିନ ହେବ ତାର ଶରୀର ଭୀଷଣ ଅସୁସ୍ଥ ଥିବାରୁ ସେହି କାରଣରେ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ମୃତକଙ୍କ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରିନାହିଁ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment