ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର ।

ଭଞ୍ଜନଗର,୦୮/୧୦(ପିପିଟି); ଭଞ୍ଜନଗର ମାଲ ସାହି ସ୍ମଶାନ ନିକଟରେ ଥିବା ତୋଟାରୁ ଆଜି ସକାଳେ ଗୋଟିଏ ଗଛ ଡାଳରେ ଜଣେ ଯୁବକ ଗାମୁଛା ବେକରେ ବାନ୍ଧି ଝୁଲନ୍ତା ଅବସ୍ଥାରେ ଥିବା ନଦୀକୁ ଗାଧେଇବାକୁ ଯାଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ।ଏହାପରେ ପୋଲିସ କୁ ଖବର ଦିଆଯାଇଥିଲା।ପୋଲିସ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୂଚନା ପାଇପାରି ନଥିଲା। ଶେଷରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଯାଇଛି। ହେଲେ ମୃତ୍ୟୁ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment