ଅଜଣା ବ୍ୟକ୍ତିଙ୍କ ବାଇକ ଧକ୍କାରେ ଆସିକା ତହସିଲ କିରାଣୀ ଆହତ ।

ବ୍ରହ୍ମପୁର,୦୩/୧୧;-(ପିପିଟି); ଆସିକା ତହସିଲରେ କାର୍ଯ୍ୟରତ ମହିଳା କିରାଣୀଙ୍କୁ ହିଞ୍ଜିଳିକାଟୁ ବଇଞ୍ଚବଣିଆ ଠାରେ ଜନେକ ବ୍ୟକ୍ତି ଉକ୍ତ ମହିଳା କିରାଣୀଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେବା ଫଳରେ ନିଜ ଗାଡିରୁ ପଡି ରୋଡ ଉପରେ ଥିବା ଡିଭାଇଡରେ ପିଟିହେବା ଯୋଗୁଁ ଗୁରୁତର ଆହତ ହୋଇଥିଲେ । ଆହତ କିରାଣୀ ସୁଶ୍ରୀ ସୋନାଲି ସୁଚିସ୍ମିତା ସାହୁଙ୍କ କହିବା ପ୍ରକାରେ ନିଜ ଘର ବ୍ରହ୍ମପୁର ଠାରୁ ଆସିକା କର୍ତବ୍ୟସ୍ଥଳ ତହସିଲ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏକ ଅଜଣା ବ୍ୟକ୍ତି ଯାହାଙ୍କ ବାଇକ ନଂ ଓ ଆର ୦୭ ପି ୮୭୨୭ ତାଙ୍କ ନିଜ ସ୍କୁଟି ଓଡି.୦୭.ପି.୭୨୪୯ କୁ ପଛପଟୁ ଜୋର ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ରୋଡ ମଧ୍ୟରେ ଥିବା ଡିଭାଇଡରେ ପିଟିହେବା ସହ ଗୁରୁତର ଆହତ ହୋଇଥିଲେ ।ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ବିଶେଷ ସ୍ଥାନୀୟ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଅଣାଇ ଥିଲେ ।ଏହି ଘଟଣାରେ ନିଜ ଜୁପିଟର ଜେଡ ଏକ୍ସ ଗାଡି କ୍ଷତି ହୋଇଥିବା ବେଳେ ଘଟଣା ସ୍ଥଳରୁ ଉକ୍ତ ବ୍ୟକ୍ତି ସୁଯଗ ଦେଖି ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ସେ ଗୁରୁତର ଆହତ କାରଣରୁ ଥାନାରେ କେଶ ବିଷୟ ପ୍ରାଥମିକ କେଶ ଚିନ୍ତା କରିନଥିବା ଗଣମାଧ୍ୟମକୁ ଦେଇଥିବା ଉକ୍ତିରୁ ସୂଚନା ମିଳିଛି ।

Comments (0)
Add Comment