ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ ।

ବେଲଗୁଣ୍ଠା,୨୮/୦୭(ପିପିଟି);ବେଲଗୁଣ୍ଠା ଥାନା ଅଧିନ ଉଡ଼ୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂ ଥାନା କଳିଙ୍ଗ ପଦର ଗ୍ରାମର ସୁରସେନ ନାଇକ। ବୁଧବାର ଅପରାହ୍ନ ୫ଟା ବେଳେ ସେ ଜଗନ୍ନାଥ ପ୍ରସାଦ ପଟୁ ଆସୁଥିବା ବେଳେ ଉଡ଼ୁରା ଗ୍ରାମ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment