ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ।

ଭଞ୍ଜନଗର,୨୮/୦୬(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ବୁଦୁଲି ଛକ ନିକଟରେ ମଙ୍ଗଳବାର ସକାଳ ସମୟରେ ଅଜଣା ଗାଡି ଧକ୍କାରେ ମୁଜାଗଡ଼ ଗ୍ରାମର ନିଶାକର ଗୌଡ଼ (୪୭)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭଞ୍ଜନଗର ଥାନାରେ କେସ ନଂ ୩୨୬/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ନିଶାକର ସକାଳ ସମୟରେ ଉକ୍ତ ରାସ୍ତା ଦେଇ ଚାଲି ଚାଲି ଆସୁଥିବାବେଳେ ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment