ଅଜଣା ଗାଡି ଧକ୍କାରେ ତରଭାର ବରିଷ୍ଠ ସାମ୍ବାଦିକ ରାଜ କୁମାର ମାହାଣାଙ୍କ ବିୟୋଗ ।

ସୁବର୍ଣ୍ଣପୁର ୨୬/୦୬(ପିପିଟି):ଆଜି ସକାଳ ଭୋର ୫.୩୦ ମି ରେ ଖବର କାଗଜ ବିତରଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲା ର ତରଭା ବ୍ଲକ ର ବରିଷ୍ଠ ସାମ୍ବାଦିକ (ପ୍ରମେୟ ପ୍ରତିନିଧି ) ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬ ) ଙ୍କ ବଲାଙ୍ଗୀର ମେଡିକାଲ ରେ ମୃତ୍ୟୁ ଘଟିଛି । ଏ ଖବରରେ ତରଭା ସୋନପୁର ବଲାଙ୍ଗୀର ଅଞ୍ଚଳ ସମେତ ସାରା ଓଡ଼ିଶାରେ ସାମ୍ୱାଦିକ ମହଲ ରେ ଶୋକ ଖେଳି ଯାଇଛି । ସେ ଜଣେ ଅତି ଭଦ୍ର, ସରଳ ,ନମ୍ର ସହ ଅମାୟିକ ବ୍ୟକ୍ତିତ୍ୱ ଓ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ । ନିଷ୍ଠା ଓ ନିର୍ଭୀକତା ର ସହିତ ସାମ୍ବାଦିକତା ବୃତ୍ତି ରେ ଶେଷ ଦିନ ଶେଷ ନିଃଶ୍ୱାସ ଯାଏ କାର୍ଯ୍ଯ କରି ଆସି ଥିଲେ । ଶ୍ରୀ ମାହାଣା ଚାରି ମାସ ପୂର୍ବରୁ ଗୁରୁତର ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘଦିନ ଚିକିତ୍ସିତ ହୋଇ ଜୀବନ ମରଣ ସହ ବହୁ ସଂଘର୍ଷ କରି ସୁସ୍ଥ ହୋଇ ଥିଲେ ଓ ପୁଣି ଏକ ନୂଆଁ ଜୀବନ ଯାପନ ଆରମ୍ଭ କରିଥିଲେ । ସଂଘ କର୍ମକର୍ତା ଓ ସୁବର୍ଣ୍ଣପୁର ର ପ୍ରାକ୍ତନ ଏସ ପି ରାମ ପ୍ରସାଦ ସାହୁ ତାଙ୍କ ଘର କୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ । ଆଜି ଏ ଖବର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ସମ୍ପାଦକ ଦୁର୍ଯୋଧନ ମହାରଣା ଉପ ସଭାପତି ଦୀପକ କୁମାର ନାଏକ, ସୁଶାନ୍ତ ମହାପାତ୍ର , ରାକେଶ ଗୁପ୍ତା ରମଣୀ ରଞ୍ଜନ ଦାସ , ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମାହାଦେବ ମଲ୍ଲିକ, ସୁଭାଷ ପଣ୍ଡା ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୁବର୍ଣ୍ଣପୁର ସମେତ ସମସ୍ତ ଜିଲ୍ଲା ର କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ମୁକେଶ ବଗର୍ତ୍ତୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସଂଘ ର ତରଭା ବ୍ଲକ ଶାଖା ର ବରିଷ୍ଠ ସଦସ୍ୟ ମାନ ଭଞ୍ଜନ ମିଶ୍ର, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ, କଲ୍ୟାଣ ପାଢ଼ୀ, ସମାଜ ସେବୀ ଜୟ ପ୍ରକାଶ ସାହୁ, ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ୍ ପଧାନ, କେ ବି କେ ପ୍ରମେୟ ପରିବାର ର ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ବଲାଙ୍ଗିର ପ୍ରମେୟ ସର୍ କୁଲେଶନ ମ୍ୟାନେଜର ବିଷ୍ଣୁ ଚରଣ ସାହୁ, ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର , ଅମର ଜିତ୍ ବେହେରା, ସବ୍ ଏଡ଼ିଟର ସଂଗ୍ରାମ ମିଶ୍ର ଙ୍କ ସମେତ ତରଭା ସୋନପୁର ଓ ବଲାଙ୍ଗିର ଅଞ୍ଚଳ ର ବହୁ ସାମ୍ୱାଦିକ , ରାଜ ନେତା, ବୁଦ୍ଧିଜୀବୀ, ସମାଜସେବୀ , ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନ ଘାଟରେ ଯୋଗ ଦେଇ ସ୍ୱର୍ଗୀୟ ଶ୍ରୀ ମାହାଣା ଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଧର୍ମ ପତ୍ନୀ, ପୁଅ , ପୁତ୍ର ବଧୂ, ଦୁଇ ଝିଅ, ନାତି ନାତୁଣୀ ଶେଷ ଦର୍ଶନ କରି ଦୁଃଖ ରେ ଭାଙ୍ଗି ପଡ଼ିଥିଲେ । ତରଭା ବ୍ରିଜ ଶ୍ମଶାନ ଘାଟ ରେ ଶ୍ରୀ ମାହାଣା ଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡ ପୁଅ ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment