ବୋଲଗଡ଼,୨୭/୦୪(ପିପିଟି): ବୋଲଗଡ ବ୍ଲକ ଛକଠାରେ ଏକ କାର ଧକ୍କାରେ ପରମାନନ୍ଦ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ମୃତ୍ୟୁ ଘଟିଛି । ସେ ଏକ ସ୍କୁଟିରେ ବ୍ଲକ ଆଡକୁ ଯାଉଥିବା ବେଳେ ନୟାଗଡ ଅଭିମୁଖେ ଯାଉଥିବା ଏକ କାର ପଛପଟୁ ଧକ୍କା ଦେଇଥିଲା ଫଳରେ ଅଧ୍ୟାପକ ପ୍ରଦୀପ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ସ୍ଥଳରୁ କାର ଟି ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ଅଧ୍ୟାପକ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ୪୭ବର୍ଷ ବୟସର ପ୍ରଦୀପ ମିଶ୍ର ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )