ଅଚାନକ କଟିଗଲା ଜବ୍ କାର୍ଡ ଖଣ୍ଡିଆନଈ ପଞ୍ଚାୟତ ଘେରିଲେ ଶତାଧିକ ମହିଳା ।

କୋଦଳା,୧୨/୦୧(ପିପିଟି):ଅଚାନକ ଜବ୍ କାର୍ଡ ଲିଷ୍ଟ ରୁ କଟିଗଲା ନାମ। ଜଣେ କି ୨ ଜଣ ନୂହେଁ, ପ୍ରାୟ ୪୦୦ ଜଣ ଶ୍ରମିକଙ୍କ ଶ୍ରମ କାର୍ଡରୁ ନାମ କଟି ଯାଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଖଣ୍ଡିଆନଈ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। ଜବ୍ କାର୍ଡ ତାଲିକାରୁ ନାମ କଟିଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଚାୟତର ବହୁ ମହିଳା ।ସୋମବାର ପୂର୍ବାହ୍ନରେ ଖଣ୍ଡିଆନଈ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଏନେଇ ପ୍ରତିବାଦ କରିଛନ୍ତି ବହୁ ମହିଳା ।ଉଦେଶ୍ୟ ମୂଳକ ଭାବେ ସେମାନଙ୍କ ନାମକୁ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିବା ଲୋକମାନଙ୍କ ନାମ ଜବ୍ କାର୍ଡ ରେ ଅଛି ଏବଂ ସେମାନଙ୍କ ନାମରେ ମିଥ୍ଯା କାର୍ଯ୍ଯ ଦର୍ଶାଇ ମଜୁରୀ ଛଡା ଯାଉଛି। କିନ୍ତୁ ଆମେ କାମ କରୁଛୁ କିନ୍ତୁ କାହିଁକି ଆମ ନାମ ଜବ୍ କାର୍ଡ ରୁ ବାଦ୍ ଦିଆଯାଇଛି ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ମହିଳା ମାନେ। ତୁରନ୍ତ ସମସ୍ତଙ୍କ ନାମ ଯୋଡିବାକୁ ଦାବି କରିଛନ୍ତି। ସେପଟେ ଏନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ କହିଛନ୍ତି ABPS ସିଷ୍ଟମ ରେ କଟି ଯାଇଛି, ଏଥିରେ ଆମର କୌଣସି ସଂପୃକ୍ତି ନାହିଁ। ରିନୁଆଲ କରି ପୁଣି ସଂଯୋଗ କରାଯିବ ବୋଲି ସେ କହିଛନ୍ତି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment