ହିଞ୍ଜିଳିକାଟୁ,ତା-୧୮/୧୧(ପିପିଟି) ;ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା ଅଧିନରେ ଥିବା ୧୦୮ଗାଡ଼ି ମଧ୍ୟରୁ ଦୁଇ ଗୋଟି ଅଚଳ ହୋଇ ପଡି ରହିଥିବା ବେଳେ ଅନ୍ୟ ଦୁଇଗୋଟି ଚଳଚଞ୍ଚଳ ରହିଛି ।ପୁରୁଣା ଗାଡିର ତ୍ରୁଟିକୁ ପରିଲିଖିତ କରି ଦୁଇ ଗୋଟି ନୂଆ ୧୦୮ ଗାଡି ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ସେବା ନିମନ୍ତେ ପ୍ରଦାନ କରାଯାଇଥିଲା । ହିଞ୍ଜିଳି ଅଞ୍ଚଳର ମାନ୍ୟତା ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କେନ୍ଦ୍ର ର ନବୀକରଣ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ହିଞ୍ଜିଳି ବାସିଙ୍କ ଗୁରୁତ୍ବତା ଉଦବୋଧ କରି ହିଞ୍ଜିଳି ବାସୀଙ୍କ ପାଇଁ ଉଚ୍ଚତର ଚିକିତ୍ସା ନିମନ୍ତେ ଏକ ବୃହତ ଚିକିତ୍ସା କେନ୍ଦ୍ର ରୋଗୀଙ୍କ ସେବାରେ ହିଞ୍ଜିଳି ବାସୀଙ୍କୁ ସେବା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ମିଳିଲା । କିନ୍ତୁ ୧୦୮ ରୋଗୀ ସେବା ପ୍ରଦାନ ଗାଡି କେବଳ ଦୁଇଟି ରହିଲା । ନୂଆଁ ୧୦୮ ଗାଡ଼ି ଆସିବା ପରେ ସାମାନ୍ୟ ମରାମତି ଆବଶ୍ୟକ କରୁଥିବା ପୁରୁଣା ୧୦୮ ଗାଡି ଦୁଇଟିକୁ ଖତ କରିଦେବା ଉଦ୍ଦେଶ୍ୟରେ ପଡି ରହିଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଓ ୦୨ ଜେ ୩୩୧୭ ଏବଂ ଓ ଡ଼ି ୦୨ ଇ ୪୪୧୭ ଚଳନ୍ତି କ୍ଷମ ୧୦୮ ଗାଡି ଅବ୍ୟବହୃତ ହୋଇ ଆଜକୁ ପ୍ରାୟ ଛ ମାସ ହେବ ଖତ ଗଦାରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ସାମାନ୍ୟ ମରାମତି ପରେ ଏହି ଗାଡି ଦୁଇଟିକୁ ରୋଗୀ ସେବାରେ ଲଗାଯାଇଥାନ୍ତା ଅଞ୍ଚଳ ବାସୀଙ୍କ ପାଇଁ ସାହାଯ୍ୟ ହୁଅନ୍ତା ବୋଲି ଆଲୋଚନା ହେଉଛି । ଦୁଇଟି ଗାଡି ମଧ୍ୟରୁ ଗୋଟିଏ ଗାଡି ଆସୁ ଚିକିତ୍ସା ପାଇଁ ଦରକାରୀ ବେଳେ ଅନ୍ୟ ଜିଲ୍ଲାକୁ ଯାଉଥିବା ବେଳେ ଅନ୍ୟ ଗୋଟିଏ ଗାଡି ପୁରା ହିଞ୍ଜିଳି ପୌର ପରିଷଦ ଏବଂ ବ୍ଳକକୁ ସମ୍ପୂର୍ଣ୍ଣ ସେବା ଦେବାରେ ବିଫଳ ହେଉଛି । ପାଖରେ ଦୁଇ ଦୁଇଟି ଗାଡି ଅବ୍ୟବହୃତ ହୋଇ ସାମାନ୍ୟ ମରାମତି ଅଭାବରୁ ଖତ ଖାଉଥିବା ଦୁଃଖ ଓ ପରିତାପର ବିଷୟ ।ଯାହା ହେଲେ ବି ଏହି ଦୁଇଟି ୧୦୮ ଗାଡି ଆଞ୍ଚଳିକ ସେବାରେ ଲାଗି ପାରିଥାନ୍ତା । ଏହି ବିଷୟକୁ କେନ୍ଦ୍ରକରି ହିଞ୍ଜିଳି ଚିକିତ୍ସା ଉପଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କିଛି କହିବା ଏବଂ ସହଯୋଗ କରିବା ପାଇଁ ମନା କରିଦେଇ ଥିଲେ। ଜେଡ ଏଚ ଏଲ ଅନୁଯାଇ ଗାଡିର ସମୟ ପୂର୍ବରୁ ନା ପରେ ଗାଡି ଚାଳନା ବନ୍ଦ ରହିଛି ନା ୧୦୮ ଗାଡ଼ି ପାଇଁ ଆବଶ୍ୟକତା ଅନୁଯାଇ କର୍ମଚାରୀ ଅଭାବ ରହିଛି ତାହା ବର୍ତ୍ତମାନ ସୁଧା ସ୍ୱଷ୍ଟ ହୋଇନାହିଁ । ଏ ବିଷୟକୁ ଆଧାର କରି ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଠାରୁ କୌଣସି ଉପଯୁକ୍ତ ସୂଚନା ମିଳି ପାରିନାହିଁ । ଏହି ଅବ୍ୟବହୃତ ଗାଡି ଦୁଇଟି ମରାମତି କରି ରୋଗୀ ସେବାରେ ଲଗାଯାଇଥିଲେ ଅଞ୍ଚଳ ବାସୀ ଉପକୃତ ହୋଇପାରିଥାନ୍ତେ । ପ୍ରଶାସନ ଏଥି ପ୍ରତି ଉପଯୁକ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଅନୁରୋଧ ରହିଛି।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)