ଅଚଳାବସ୍ଥାରେ ଏ.ଟି.ଏମ ।

ପଦ୍ମପୁର,ତା-୨୩/୦୬(ପିପିଟି); କରୋନା ଭୂତାଣୁ ନିମନ୍ତେ ବ୍ୟାଙ୍କ ମାନଙ୍କରେ ଭିଡ କମାଇବା ସକାଶେ ସରକାର ଏ.ଟି.ଏମ ରୁ କମ ସମୟରେ ଟଙ୍କା ଉଠାଣ ପାଇଁ ଦେଶର ସମସ୍ତ ଏ.ଟି.ଏମ କୁ ସଦାସର୍ବଦା ଖୋଲା ରଖିବା ସହ ଏଥିରେ ଟଙ୍କା ଚାହିଦା ଅନୁଯାୟୀ ରଖିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତିା ହେଲେ ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଘଟୁଛିା ଏ ପରିପ୍ରେକ୍ଷୀରେ ଲଖମରା ସ୍ଥିତ ଏକମାତ୍ର ଏ.ଟି.ଏମ ଆଜକୁ ୧୦ ଦିନରୁ ଅଧିକ ହେବ ଅଚଳ ଯୋଗୁଁ ସଟର ସଟ୍ ଡାଉନ ହୋଇଛିା ହିତାଧିକାରୀ ଏ.ଟି.ଏମ ପାଖକୁ ଆସି ମୁହଁ ମୋଡି ନିରାଶ ହୋଇ ଘରକୁ ପ୍ରତ୍ୟାବର୍ତନ କରୁଛନ୍ତି । ଶେଷରେ ବାଧ୍ୟହୋଇ ବ୍ୟାଙ୍କ ପରିସରକୁ ଯାଇ ଅଜଥା ଟାରେ ସମୟ ଅପଚୟ କରୁଛନ୍ତି । ବ୍ୟାଙ୍କରେ ମଧ୍ୟ ପ୍ରିଣ୍ଟର ମେସିନ ଟି ଅଚଳ,ପାସବୁକ ଗୁଡିକ ପ୍ରିଣ୍ଟ  ହୋଇ ପାରୁନି । ଏ ସଂକ୍ରାନ୍ତରେ ବ୍ୟାଙ୍କର କର୍ମଚାରୀଙ୍କୁ ଗୁହାରୀ କରି କିଛି ଲାଭ ମିଳୁନିଏଠାକାର ଏକମାତ୍ର ଏ.ଟି.ଏମ ଦିନରେ ବସନ୍ତ ରାତ୍ରିରେ ବାସନ୍ତି ଭଳି ସବୁବେଳେ ଅଚଳ ହେଉଛି । ଯଦି ମେସିନ ଠିକ ଭାବେ ଥାଏ ତ ଟଙ୍କା ଠିକ ସମୟରେ ଅନବରତ ମିଳିବା କଥାା ହେଲେ ଓଡିଶାର ଏହା ବୋଧହୁଏ ଏକ ମାତ୍ର ଏ.ଟି.ଏମ ଯାହାର ଠିକ ଠିକଣା ନାହିଁ ବୋଲି ହିତାଧିକାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment