ଅଙ୍ଗାର ଗାଁ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୧୨/୧୧(ପିପିଟି); ବୁଧବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବିଶ୍ଵନାଥ ବେହେରା ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ସାହୁ, ବ୍ଲକ୍ ଉପାଧକ୍ଷ ଭ୍ରମରବର ଭୂୟାଁ ଯୋଗଦେଇ ଏହି କାର୍ଯ୍ୟକ୍ରମର ସୁବିଧା ନେବା ପାଇଁ ଜନସାଧାରଣଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଷଣ୍ଢମୂଳ ସର୍କଲ୍ ର ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ଦାଶ, ସହକାରୀ ରାଜସ୍ୱ ନିରୀକ୍ଷକ ଅଭୟ କୁମାର ପ୍ରଧାନ, ଅମିନ ସନ୍ତୋଷ କୁମାର ସେଠୀ, କ୍ଲର୍କ ସନ୍ତୋଷ କୁମାର ବେହେରା, ଶେଷ ରଞ୍ଜନ ମିଶ୍ର, ପ୍ରକାଶ ଚନ୍ଦ୍ର ରାଉଳ, ଚିନ୍ମୟ କୁମାର ବେହେରା, ସଞ୍ଜୟ କୁମାର ସେଠୀ, ରବିନ୍ଦ୍ର କୁମାର ବେହେରା, ରୂପଙ୍ଗ ବେହେରା, ରେକର୍ଡ଼ ରକ୍ଷକ ଅନିତା କୁମାରୀ ନାୟକ, ଜଗନ୍ନାଥ ପଟ୍ଟନାୟକ, ଡି ଓ କେଦାରନାଥ ମହାନ୍ତି, ଅଙ୍ଗାରଗାଁ ପଞ୍ଚାୟତ ପିଇଓ ସୁଦୂରୁ ବେହେରା, ଜିଆରଏସ୍ କମଳ କାନ୍ତ ମୁଦୁଲି, ପିଅନ କୃଷ୍ଣ ଚନ୍ଦ୍ର ଡାକୁଆ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏଥିରେ ଘର ପଟା, ଗ୍ରାମ କଣ୍ଟକ, ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି ଆଗକୁ ମଧ୍ଯ ଏହି ସେବା ଯୋଗାଇଦିଆ ଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି । ଆଜି ସାତ ଜଣଙ୍କୁ ପଟା ବଣ୍ଟନ କରାଯାଇଥିବା ସୂଚନା ମିଳିଛି ।

Comments (0)
Add Comment