ଅଙ୍ଗାରଗାଁ ଅଗ୍ନିଶ୍ୱର ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୧୦/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଶ୍ରୀ ଶ୍ରୀ ଅଗ୍ନିଶ୍ଵର ମହାଦେବଙ୍କ ପୀଠରେ ମନ୍ଦିର କମିଟି ପକ୍ଷରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା ସହ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠୀ, ମନ୍ଦିର ପରିଚାଳନା କମିଟି ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସନ୍ତୋଷ କୁମାର ଜେନା , ସମାଜସେବୀ ମହେଶ୍ୱର ମହାପାତ୍ର, ସନ୍ତୋଷ ସାହୁ,ବିଷ୍ଣୁ ପ୍ରସାଦ ସାହୁ ସାହୁ, ସନ୍ୟାସୀ ମହାରଣା,ମନୋଜ କୁମାର ସାହୁ,ଟୁକୁନା ସାହୁ,ଧୂର୍ବ ବାବୁ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହିବା ସହ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment