ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ୫ ଫୁଟିଆ ବିଷଧର ନାଗସାପ ଉଧାର।

ପୋଲସରା ,୩୦/୧୧ (ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘରୁ ଏକ ୫ ଫୁଟିଆ ବିଷଧର ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳ ସମୟରେ ଏକ ବିଷଧର ନାଗସାପ ମୂଷା ଖାଇବା ଆଶାରେ ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘର ଭିତରରେ ପଶିଯାଇଥିଲା । ଘର ଭିତରେ ନାଗସାପକୁ ଦେଖି ମିନତିଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଥିଲେ। ପୋଲସରା ବନବିଭାଗକୁ ଫୋନ କରିଥିଲେ। ଖବର ପାଇ ପୋଲସରା ବନବିଭାଗ କର୍ମଚାରୀ ରବିନ୍ଦ୍ରନାଥ ପଟ୍ଟନାୟକ ଓ ରାଜା ଗୌଡ଼ ମିନତିଙ୍କ ଘରେ ପହଞ୍ଚି କୌଶଳର ସହିତ ବିଷଧର ନାଗସାପ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ନେଇ ଛାଡିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment