ଅଗ୍ନି ବିପନ୍ନଙ୍କୁ କଂଗ୍ରେସ ନେତା ପ୍ରଶାନ୍ତଙ୍କ ସହାୟତା ।

ଭଞ୍ଜନଗର, ୨୦/୧୧(ପିପିଟି):ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତ ପାଣ୍ଡ୍ରି ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି।ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ମଧ୍ୟ ଏଥିରେ ପୂର୍ଣ୍ଣ ଚନ୍ଦ୍ର ଦଳବେହେରା, ନବୀ ଗୌଡ଼ ଓ ବାବୁଲା ଗୌଡ଼ଙ୍କ ପରିବାରର ୨୦ଜଣ ସଦସ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।ଘରେ ଥିବା ଚାଉଳ, ଲୁଗାପଟା, ଆସବାବପତ୍ର ସମେତ ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି।ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଘର ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।ଏହା ଶୁଣି ବୁଧବାର ଗଞ୍ଜାମ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ ନିଜ ସହକର୍ମୀଙ୍କ ସହ ସେଠାରେ ପହଞ୍ଚି ଅଗ୍ନିବିପନ୍ନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ସେମାନଙ୍କୁ ଚାଉଳ,ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାଲ୍ୟ କୁମାର ବେହେରା, କାଳିଆ ସ୍ୱାଇଁ, ସଞ୍ଜୟ ଭୂୟାଁ, ମିଟୁ ଗୌଡ଼,ରଞ୍ଜିତ ଗୌଡ଼, ପ୍ରଶାନ୍ତ ନାୟକ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment