ବେଗୁନିଆପଡା,୦୬/୦୧(ପିପିଟି): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ କୋଦଳା ଅଗ୍ନିଶମ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ କର୍ମଚାରୀଙ୍କ ଦ୍ୱାରା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହାର ଉପକାରିତା ସମ୍ବନ୍ଧେ ସଚେତନ କରାଇଥିଲେ । ଏଥିରେ କୋଦଳା ଦମକଳ କେନ୍ଦ୍ରର ସହକାରୀ କେନ୍ଦ୍ରାଧିକାରୀ ଅନିଲ ବେହେରା,ମୁଖ୍ୟ ଅଗ୍ନି୍ଯୋଦ୍ଧା ଜିତେନ୍ଦ୍ର କୁମାର ନାୟକ ଏବଂ ଅଗ୍ନିଯୋଦ୍ଧା କମରାନ ଖାନ,ଶିବୁ ପ୍ରସାଦ ସାହୁ,ରାଜେଶ କୁମାର ଜେନା ଓ ଗାଡି ଚାଳକ ପ୍ରକାଶ ବେହେରାଙ୍କ ଦ୍ୱାରା ବିଭିନ୍ନ ଅଗ୍ନିନିର୍ବାପକ ଯନ୍ତ୍ର ଓ କୌଶଳ ମାଧ୍ୟମରେ ଅଗ୍ନିକୁ ଆୟତ କରିବାର ପ୍ରଣାଳୀ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାସିକତାର ସହିତ ସରଳ ଉପାୟରେ କିପରି ଧନଜୀବନର ସୁରକ୍ଷା ହୋଇପାରିବ ସେ ସମ୍ବନ୍ଧେ ଶିକ୍ଷା ପ୍ରଦାନ କରାଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)