ରଣପୁର,୨୪/୦୬ (ପିପିଟି): କେନ୍ଦ୍ର ମୋଦୀ ସରକାରଙ୍କ ନିଯୁକ୍ତି ଓ ଦେଶର ସୁରକ୍ଷା ବିରୋଧୀ “ଅଗ୍ନିପଥ ଯୋଜନା” କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଆଜି ଦେଶ ବ୍ୟାପି ପ୍ରତିବାଦ ପରିପ୍ରେକ୍ଷୀ ରେ ରଣପୁରରେ ସି ପି ଆଇ (ଏମ) ତରଫରୁ ସମର୍ଥନ କରି ପଞ୍ଚୁଦୋଳ ପଡ଼ିଆଠାରେ ବିକ୍ଷୋଭ ସଙ୍ଗଠିତ ହୋଇ ଯାଇଛି।ଏହି ପରିପ୍ରେକ୍ଷୀ ରେ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ ମୋଦୀ ସରକାରର ଏହି ଯୋଜନା ବିହୀନ ଦେଶର ସୁରକ୍ଷା ବିରୋଧୀ ,ଯୁବ ବିରୋଧୀ ଓ ନିଯୁକ୍ତି ବିରୋଧୀ ଅଗ୍ନିପଥ ଯୋଜନାକୁ ତୀବ୍ର ସମାଲୋଚନା କରିବା ସହ ମୋଦୀ ସରକାରଙ୍କୁ ନିନ୍ଦା କରିଥିଲେ।ଦେଶ ଯେତେବେଳ ଜୟ ଯବାନ ଓ ଜୟ କିଷାନ ର ସ୍ଲୋଗାନ ଦେଉଛି ଓ ବାହ୍ୟ ଶତ୍ରୁ ଯୁଦ୍ଧର ଧମକ ଦେଉଛି ଠିକ ସେତିକିବେଳେ କେନ୍ଦ୍ର ମୋଦୀ ସରକାର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତି ଶାଳୀ କରିବା ପରିବର୍ତେ ୪ବର୍ଷିଆ ଠିକା ନିଯୁକ୍ତି ଦେଇ ଦୁର୍ବଳ କରିବାକୁ ମନଇଚ୍ଛା ଅଗ୍ନିପଥ ଯୋଜନା ଗ୍ରହଣ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଯୁବକ ମାନକୁ ବର୍ଷକୁ ୨କୋଟି ଚାକିରୀ ଦେବା କଥା କହିଥିବା ମୋଦୀ ସରକାରଙ୍କ ପ୍ରତିଶୃତି ଆଜି ପାଣିରେ ଗାର ହୋଇ ଥିଲାବେଳେ ଠିକା ନିଯୁକ୍ତି ଏକ ପ୍ରହସନ ଅଟେ।ଜୀବନକୁ ପାଣି ଛଡାଇ ଶତ୍ରୁ ସମ୍ମୁଖରେ ବନ୍ଧୁକ ମୁନ ଆଗରେ ଜୀବନକୁ ବଳି ଦେବା ପାଇଁ ଅଙ୍ଗୀକାର କରିଥିବା ଯବାନ ମାନଙ୍କ ବିଶ୍ୱାସ ସହ ଏ ସରକାର ସୈତାନୀ କରିଛନ୍ତି ବୋଲି ବକ୍ତା ମାନେ କହିଥିଲେ। ମୋଦୀ ସରକାର ଅତୀତରେ ଗ୍ରହଣ କରିଥିବା ଚାଷୀ ବିରୋଧୀ କୃଷିନୀତି କୁ ଯେଉଁ ଭଳି ପ୍ରତ୍ୟାହାର କରିଥିଲେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ସରକାର।ନଚେତ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପାର୍ଟି ତରଫରୁ ଚେତାବନୀ ଦିଆଯାଇଥିଲା।ଠିକା ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି,ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ।ପରିଶେଷରେ ଆନ୍ଦୋଳନ କାରୀ ତରଫରୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ କୁସ ପୁତଳିକ ଦାହ କରାଯାଇ ଥିଲା।
ଏହି ବିକ୍ଷୋଭ ଆନ୍ଦୋଳନରେ ଶ୍ରମିକ ନେତା ସୁରେଶ ସ୍ବାଇଁ,ଚାଷୀ ନେତା ଦୁଃଶାସନ ଜେନା,ମହିଳା ନେତ୍ରୀ ସଂଯୁକ୍ତା ସେଠି ଓ ପୂର୍ଣ୍ଣିମା ମହାପାତ୍ର,ଯୁବ ନେତା ସବ୍ୟସାଚୀ ସେନାପତି ଓ କୁଳମଣି ପଳେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)