ଅକ୍ସିଜେନ ନ ମିଳିବାରୁ ଗୁରୁତରଙ୍କ ଚାଲିଗଲା ଜୀବନ।

ପୋଲସରା,୨୬/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବ୍ରାହ୍ମଣ ସାହିର ଜୈନିକ ପ୍ରାୟ ୭୫ବର୍ଷ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। । ଗୁରୁତର ବ୍ୟକ୍ତିଙ୍କ ନାମ ଭଗବାନ ପୃଷ୍ଟି ଅଟେ ।ସେତେବେଳେକୁ ଉକ୍ତ ବ୍ୟକ୍ତିଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭଵ ହେଉଥିବା ଜାଣି ଡ୍ୟୁଟିରେ ଥିବା ଡାକ୍ତର ରାଓଙ୍କୁ ତୁରନ୍ତ ଅକ୍ସିଜେନ ଯୋଗାଇଦେବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ରାଓ ସିକୁରିଟି ଗାର୍ଡଙ୍କୁ ବ୍ଲଡ଼ ପ୍ରେସର ରୋଗୀଙ୍କ ପରୀକ୍ଷା କରିବାକୁ କହିଥିଲେ । ତାପରେ ଡାକ୍ତର ରୋଗୀଙ୍କୁ ଅକ୍ସିଜେନ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉପସ୍ଥିତ ଥିବା ନର୍ସମାନେ ସିଲିଣ୍ଡର ସରିଯାଇଛି ବୋଲି କହିଥିଲେ । ଏଭଳି ଜଟିଳ ପରିସ୍ଥିତିରେ ଜରୁରୀ କାଳୀନ ଅକ୍ସୀଜେନ ନମିଳିବାରୁ ଗୁରୁତର ରୋଗୀଙ୍କ ଉପସ୍ଥିତ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।ଏହି ସମୟରେ ଗୁରୁତରଙ୍କ ସାଙ୍ଗରେ ଆସିଥିବା ଯୁବ ସାମ୍ବାଦିକ ସୀମାଞ୍ଚଳ ସାହୁ ଡାକ୍ତରଙ୍କୁ ମେଡିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ ।ଏହି ମଧ୍ୟରେ ଗୁରୁତର ବୁଦ୍ଧ ଅକ୍ସୀଜେନ ଅଭାବରୁ ତାଙ୍କ ସ୍ଵାସ୍ଥ୍ୟ ଅତି ସାଙ୍ଘାତିକ ଆଡକୁ ଗତି କରୁଥିବା ଦେଖି ଡାକ୍ତର ରାଓ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଦେବାକୁ ନିର୍ଦେଶ ଦେଇଥିଲେ । ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଦ୍ୱରା ବ୍ରହ୍ମପୁର କୁ ନେଇଯାଉଥିବା ବେଳେ ନିକଟସ୍ତ ବୁଢାମ୍ବ ପାଖରେ ଭଗବାନ ପୃଷ୍ଟିଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ତେବେ ଏଭଳି ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁ ଜଣେ ବ୍ୟକ୍ତିଙ୍କର ଅକ୍ସୀଜେନ ଅଭାବରୁ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ହେଉଥିବା ଚର୍ଚ୍ଛାରୁ ଶୁଣିବାକୁ ମିଳିଛି ଯେ ,ପୋଲସରା ସରକାରୀ ମେଡିକାଲ ରୋଗୀଙ୍କ ପାଇଁ କାଳ ସାଜିଛି । ଆଉ ଏଥିପାଇଁ ସମ୍ପୁର୍ଣ୍ଣ ଭାବେ ଡ୍ୟୁଟିରେ ଥିବା ଡାକ୍ତର ଦାୟୀ ଅଟନ୍ତି ବୋଲି କହିଛନ୍ତି। ଏହା ସହ ସର୍ବସାଧାରଣଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ଶୁଣିବାକୁ ମିଳିଛି ଯେ ଆମ ପୋଲସରା ବିଧାୟକ ବର୍ତ୍ତମାନ ରାଜ୍ୟ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ରେ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଛନ୍ତି। ଯାହାକି ଆମ ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ। ବର୍ତମାନ ଦେଖିବାକୁ ବାକି ରହିଲା ତାଙ୍କର ମନ୍ତ୍ରୀତ୍ବ ସମୟ କାଳ ମଧ୍ୟରେ ପୋଲସରା ସ୍ୱାସ୍ଥ୍ୟ ସେବା ଠିକ ଭାବେ ଲୋକଙ୍କ ସେବାରେ ଲାଗିପାରୁଛି ନାଁ ନାହିଁ ତାହା ସମୟ କହିବ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment