ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ ।

ଯାଜପୁର,୨୩/୦୬(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଅସହାୟ, ଗରିବ ଓ ଖଟିଖିଆ ପରିବାରର ଅସୁବିଧା ସମୟରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସହେଯାଗର ହାତ ବଡେଇ ଆସିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଦୀର୍ଘ ବର୍ଷ ଧରି ଅସହାୟଙ୍କୁ ସହାୟତା ଯୋଗାଇ ଆସୁଛି । ଏବେ ଏହି ଟ୍ରଷ୍ଟ ପକ୍ଷରୁ ମଧୁପୁରଗଡ ପଂଚାୟତ ରଗଡିପଶି ଗ୍ରାମର ଯଟେଶ୍ୱର ବେହେରା ବ୍ରେନଷ୍ଟୋକରେ ପିଡିତ ହୋଇ ଚିକିତ୍ସିତ ହେଉଥିବା ଖବର ପାଇ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଁଚି ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି । ସେହିପରି ଓଡିଶୋ ଗ୍ରାମର ସତ୍ୟରଞ୍ଜନ ଦାସ,କାଏମା ପଂଚାୟତ ରାଧାନଗରର ରୁଶିବର ରାଉତ, କୋତପୁର ଗ୍ରାମର ଗୁନି ସିଂ,ମଧୁପୁରଗଡ ପଂଚାୟତ ରଗଡିପଶି ଗ୍ରାମର ଝୁଲଣା ବେହେରା, ସୁଦ୍ଧିକ୍ରିୟା ଲାଗି କଦମପାଳ ଗ୍ରାମର ଶାନ୍ତିଲତା ସାହୁ,ଘର ଭା୍‌ଙ୍ଗି ଯାଇଥିବା ପାଖର ଗ୍ରାମର ଅନନ୍ତ ସାହୁ,କ୍ଷେତ୍ରପାଳ ପଂଚାୟତ ଶ୍ରୀରାମପୁର ଗ୍ରାମର ଶାନ୍ତିଲତା ଦାସ,ମଙ୍ଗଳପୁର ପଂଚାୟତ କୋଠିଢିହ ଜାହାନାରା ବିବି,ଦେଓଦା ପଂଚାୟତ ମାଝିପାଟଣା ଗ୍ରାମର ସାଗର ମଲିକ,ଉତରପ୍ରତାପ ପଂଚାୟତ ଅଲ୍ଲିଶାପାଟଣା ଗ୍ରାମର ଟିକିଲି ମଲିକ,ଉତରପ୍ରତାପ ପଂଚାୟତ ଅଲିଣିସାହୁପାଟଣା ଗ୍ରାମର ବିଧବା ମହିଳା ତପସ୍ୱିନୀ ସାହୁ , ଦୋକାନ ପାଇଁ ନଠୁଆବର ଗ୍ରାମର ବଳରାମ ସାହ,ମେଡିକାଲ ସହାୟତା ପାଇଁ କୋତପୁର ପଂଚାୟତ ଭଗବାନପୁର ଗ୍ରାମର ନୃସିଂହ ମାହୁନ୍ତ ଓ ଏହି ଗ୍ରାମର ରୋଗରେ ପୀଡିତ ପ୍ରଶାନ୍ତ ମହାଳିକଙ୍କୁ ବିଧାୟକ ଶ୍ରୀ ସହୁଙ୍କ ନିର୍ଦ୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଛି । ଧର୍ମଶାଳା ବିଧାୟକ ଶ୍ରୀ ସାହୁ ବହୁ ବର୍ଷ ପୁରର୍ବରୁ ଗରିବ ଓ ଅସହାୟମାନଙ୍କୁ ତାଙ୍କର ଟ୍ରଷ୍ଟ ମାଧ୍ୟମରେ ସହାୟତା ଯୋଗାଇ ଆସୁଥିବା ବେଳେ ଏବେ ବିଧାୟକ ହେବା ପରେ ନିର୍ବଚନ ମଣ୍ଡଳୀର ଯୋକୌଣସି ଗ୍ରାମରେ ଅସୁବିଧାରେ ପଡିଥିବା ଲୋକମାନଙ୍କୁ ସାହାୟତା ଯୋଗଇ ଦେବା ଜାରିରହିଛି । ମାନବ ସେବା ହେଉଛି ମାଧବ ସେବା । ଏହାକୁ ବ୍ରତ କରି ବିଧାୟକ ଶ୍ରୀ ସାହୁ ଅସହାୟ ମଣିଷମାନଙ୍କ ସେବା ଚଳାଇଛନ୍ତି । ଅସହାୟ ଲୋକମାନଙ୍କ ପାଇଁ ଏଭଳି ସେବା ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।

Comments (0)
Add Comment