ଭଞ୍ଜନଗର,୦୭/୦୫(ପିପିଟି): ଜଗନ୍ନାଥ ପ୍ରସାଦ ବ୍ଲକ ଚିକିଲି ଗ୍ରାମର ସ୍ୱର୍ଗତଃ ସୀମାଞ୍ଚଳ ପ୍ରଧାନଙ୍କ ପତ୍ନୀ ଅକାରଣ ପ୍ରଧାନ(୬୫)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।ସୂଚନା ମୁତାବକ କୌଣସି କାମରେ ଅକାରଣ ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟ କୁ ଯାଇଥିବା ବେଳେ ଦିନ ଗୋଟାଏ ସମୟରେ ଅସହ୍ୟ ଗରମ ଓ ଗୁଳୁଗୁଳି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )