୬୦ ନମ୍ବର ଜୋନରେ ନଳକୂପ ମରାମତି ।

ଦିଗପହଣ୍ଡି,୦୫/୦୪-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ୬୦ନଂ ଜୋନ ଜିଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ କୋଭିଡ୧୯ ସମୟରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ମାନଙ୍କ ସହିତ ପି.ରାମଚନ୍ଦ୍ରପୁର ପଞ୍ଚାୟତର ଜଗନ୍ନାଥପୁର, ସାମନ୍ତରାପୁର, ଶ୍ରୀଚନ୍ଦନପୁର,ପୁରୁଣାଗଡ଼, ଗୁଡ଼ିଆପାଟଣା, କୁଶପଲୀ ଆଦି ଗ୍ରାମରେ ନଳକୂପ ମରାମତି କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିଥିଲେ। ଆଗକୁ ଖରାଦିନ ଆସୁଥିବା ବେଳେ ଉକ୍ତ ଗାଁ ଗୁଡିକରେ ଲୋକମାନଙ୍କୁ ପିଇବା ପାଣି ଅଭାବ ସମସ୍ୟା ଅଭିଯୋଗ ଆସିଥିଲେ। ଅଭିଯୋଗ ଆସିବା ପରେ ଗଦାଧର ନିଜେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ନଳକୂପ ଗୁଡିକ ମରାମତି କରାଇଥିଲ।Attachments area

Comments (0)
Add Comment