୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ।

ମୋହନା,୧୮/୦୯(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ବୁଧବାର ରାତି ପ୍ରାୟ ୧୧ ଟା ସମୟରେ ଆଇଆଇସି ସୁଜିତ କୁମାର ନାୟକଙ୍କୁ ବିଶ୍ବସ୍ତ ସୂତ୍ରରୁ ଖବର ଆସିଲା କି ଅଡବା ଥାନା ଅନ୍ତର୍ଗତ ଏରିଆରୁ ଏକ ଛତିଶଗଡ ଟ୍ରକ ରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲଣ ଚାନ୍ଦିପୁଟ – ଲୁହାଗୁଡି ହୋଇ ବ୍ରହ୍ମପୁର ଦେଇ ଝାଡଖଣ୍ଡ ରାଜ୍ୟକୁ ଚାଲଣ ହେବ । ସଙ୍ଗେ ସଙ୍ଗେ ମୋହନା ଆଇଆଇସିଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଲୁହାଗୁଡି ଓ ଚାନ୍ଦିପୁଟ ରାସ୍ତାରେ ବ୍ଲକିଙ୍ଗ କଲେ ଓ ସେହି ରାତ୍ର ୧୨:୩୦ ସମୟରେ ଉକ୍ତ ଗଞ୍ଜେଇ ଭର୍ତ୍ତି ଟ୍ରକ ଯାହାର ନମ୍ବର (CG 04 LN 3899) କୁ ଧରିବାରେ ସକ୍ଷମ ହେଲେ । ଉକ୍ତ ଗାଡିରେ ସମୁଦାୟ ୨୭ ଗୋଟି ପ୍ଲାଷ୍ଟିକ ଜରି ବସ୍ତା ଗଞ୍ଜେଇ ଥିବା ଜଣାପଡିଥିଲା । ମୋହନା ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା ।ସମୁଦାୟ ଗଞ୍ଜେଇର ପରିମାଣ ୬୮୮ କେଜି ୪୨୦ ଗ୍ରାମ ହେଲା ଯାହାର ବଜାଇ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ।ଗିରଫ ହୋଇଥିବା ବ୍ଯକ୍ତି ହେଲେ ଇନ୍ଦ୍ର ପ୍ରସାଦ ଯାଦବ,ଘର ବିହାର ଓ ହେଲପର ଜଗୁ ରାମ ଧୋବୀ ଘର ଝାଡଖଣ୍ଡ । ଉପରୋକ୍ତ ବ୍ଯକ୍ତି ମାନଙ୍କୁ ମୋହନା ପୁଲିସ ଦ୍ବାରା ଗିରଫ କରା ଯାଇଛି ଓ ଗାଡିକୁ ଜବତ କରାଯାଇଛି । ଏ ବାବଦରେ ମୋହନା ଥାନା କେଶ ନମ୍ବର ୧୪୪/୨୦ ମାମଲା ରୁଜୁ କରାଯାଇଛି ଓ ଏସଆଇ ପିଙ୍କି କୁମାରୀ ମୁର୍ମୁ ତଦନ୍ତ ଭାର ନେଇଛନ୍ତି । ଶୁକ୍ରବାର ଦିନ ଉପରୋକ୍ତ ବ୍ଯକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ।

Comments (0)
Add Comment