ଭଞ୍ଜନଗର,୨୦/୦୯(ପିପିଟି): ଆଜି ଅପରାହ୍ନ 5ଟା ବେଳେ ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ ଙ୍କ କାର୍ଯ୍ୟାଳୟ ରେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ୱାନ ରେ ଆଗାମୀ ୨୭ ତାରିଖରେ ଭାରତବନ୍ଦ । ପରିପ୍ରେକ୍ଷୀରେ ଭଞ୍ଜନଗର ରେ ଏହାକୁ ସଫଳ କରିବାପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ତାରିଖ ଅପରାହ୍ନରେ ଏକ ପରିବର୍ଦ୍ଧିତ ବୈଠକ ରେ ଏକ କ୍ରିୟାନୁଷ୍ଠାନ କମିଟି ଗଠିତ ହେବ । ୨୬ ତାରିଖ ସନ୍ଧ୍ୟାରେ ଛକ ଜାଗା ମାନଙ୍କରେ ସଭା କରାଯାଇ ସହରବାସୀ ବନ୍ଦକୁ ପୂର୍ଣ୍ଣ ପ୍ରାଣ ରେ ସହଯୋଗ କରିବାପାଇଁ ଅନୁରୋଧ କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଏହି ବୈଠକ ରେ ଅଖିଳ ଭାରତ କୃଷକ ସଭା ତରଫରୁ ସୋମନାଥ ନାୟକଙ୍କ ସମେତ ଓଡିଶା କୃଷକ ସଭାର ଆଡ଼ଭୋକେଟ ଅଭିମନ୍ୟୁ ଗୌଡ଼, ଜାତୀୟ କଂଗ୍ରେସ କୃଷକ ସଭାର ଆଡ଼ଭୋକେଟ ଦେବୀ ବିଶୋଇ, ବିଦ୍ୟାଧର ପ୍ରଧାନ, ଆଦିବାସୀ ଭାରତ ମହାସଭା ର ପୁର୍ଣଚନ୍ଦ୍ର ପ୍ରଧାନ, ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭାର ନିରଞ୍ଜନ ଶବର, ଏ. ଆଇ. କେ. କେ. ଏସ ର ଜିଲ୍ଲା ସଭାପତି ଶଙ୍କର ସାହୁ, ଓଡିଶା କୃଷକ ସଭାର ହିମାଂଶୁ ଶେଖର ପାଢ଼ୀ, ଏ.ବି.ଏମ ର କାର୍ତ୍ତିକ ପ୍ରଧାନ, ଦଣ୍ଡପାଣି ଯାନୀ ଓ ଭଞ୍ଜନଗର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ର ହରେକୃଷ୍ଣ ସାହୁ ପ୍ରତିନିଧିତ୍ୱ କରି ଥିବା ଜଣାପଡିଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )