୧୪ ଦିନ କ୍ୱାରେଣ୍ଟାଇନ ଅବଧି ସାରି ପ୍ରବାସୀ ଓଡ଼ିଆ ମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ ।

ସାନଖେମୁଣ୍ଡି,୨୩/୦୭(ପିପିଟି): ମହାମାରୀ କରୋନା ଭୁତାଣୁ ଗଞ୍ଜାମ ଜିଲ୍ଲା ରେ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସାନଖେମୁଣ୍ଡି ବ୍ଲକରେ ଏହାର ପ୍ରଭାବ ଅଧିକ ଥିବା ଜଣା ପଡୁଛି । ଅଜଣା ଜ୍ୱର ଏବେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ପ୍ରବାସୀ ଓଡ଼ିଆ ମାନେ ନିଜ ନିଜ ଗ୍ରାମକୁ ଫେରିବାର ଲାଗିଛନ୍ତି । ପ୍ରବାସୀ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରର ସୁ ବ୍ୟବସ୍ତା କରିଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରରେ ଥିବା ୬୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଆଜି ନିଜ ନିଜ ଅବଧି ଶେଷ କରି ଘର ବାହୁଡା ହୋଇଛନ୍ତି । ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ ପ୍ରବାସୀ ମାନଙ୍କର କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ଦୃଷ୍ଟି ଦେଇଥିଲେ । ପ୍ରତ୍ୟକ ଦିନ ଉତ୍ତମ ଖାଦ୍ୟ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ,ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ,ରାଧା କୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ ପ୍ରଧାନ,ବିଜୁ ଯୁବବାହିନୀ ସଦସ୍ୟଙ୍କ ଉପସ୍ଥିତିରେ ପ୍ରବାସି ମାନଙ୍କୁ କୋଭିଡ଼ ସାର୍ଟିଫିକେଟ ଏବଂ ୧୦୦୦ ଟଙ୍କା ଦିଆଯାଇଥିଲା । ଏବେ ଏରେଣ୍ଡ୍ରା ଗ୍ରାମରେ ଅଜଣା ଜ୍ୱର ରେ ଲୋକ ମାନଙ୍କ ଜୀବନ ଯାଉଛି ହେଲେ ମଧ୍ୟ ଏହାକୁ ଖାତିର ନକରି ସହଦେବ ପ୍ରଧାନ କରୋନା ଯୋଦ୍ଧା ଭଳି ପ୍ରବାସି ମାନଙ୍କର ଠିକ ଭାବେ ଦେଖା ସୁଣା କରିଥିବାରୁ ଲୋକ ମାନେ ଖୁସି ହୋଇ ଧନ୍ୟବାଦ ଦେଇଥିଲେ । ଏପରି ସରପଞ୍ଚ ପାଇ ଆଜି ଆମେ ଗର୍ବିତ ବୋଲି କହିଥିଲେ ପ୍ରବସୀ ମାନେ ।

ରିପୋର୍ଟ – ଆରତ କୁମାର ହୋତା

Comments (0)
Add Comment