ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ ।

ହିଞ୍ଜିଳିକାଟୁ ୦୫/୦୯ (ପିପିଟି): ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ପରିସରରେ ବିଡ଼ିଓ ସୁବ୍ରତ ଜେନାଙ୍କ ତତ୍ୱାବଧାନରେ ଏକାଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ୍ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ , ବ୍ଳକ୍ ଅଧ୍ୟକ୍ଷ ଏନ ରଘୁନାଥ ଯୋଗ ଦେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା,ତହସିଲଦାର ପ୍ରଭାତ କୁମାର ପରିଡା , ସରକାରୀ ନିର୍ବାହି ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ,ମଞ୍ଚାସୀନ ଥିଲେ । ଆଜିର ଏହି ବୈଠକରେ ବିଡିଓ ଶ୍ରୀ ଜେନା ସ୍ଵାଗତ ଭାଷଣ କରିବା ସହ ବିଭିନ୍ନ ପଞ୍ଚାୟତର ସମସ୍ୟା, ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ଶେଷ ,ସମସ୍ତ କାର୍ଯ୍ୟ ତଦାରଖ ଓ ପ୍ରାରମ୍ଭିକ ସୂଚନା କରି ସରକାରୀ କର୍ମଚାରୀ ମାନେ ଜନ ପ୍ରତିନିଧି ମାନଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କଲେ ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ବୋଲି ମତପ୍ରକାଶ କରିଥିଲେ । ପରେ ସାଧାରଣ ବଣ୍ଟନ, ଶିକ୍ଷା, ସମାଜ କଲ୍ୟାଣ, କୃଷି, ଉଦ୍ୟାନ , ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ଉଠାଜଳ ସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତିକରଣ, ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନ ମୂଳକ କାର୍ଯ୍ୟର ସମସ୍ତ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଶିବିରରେ ଜିଲ୍ଲା ପରିଷଦ ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ର, ଗ୍ରାମ୍ୟ ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାୟକ, ପ୍ରସନ୍ନ କୁମାର ଦଳାଇ ,ବିଦ୍ୟୁତ ବିଭାଗୀୟ ଅଧିକାରୀ ସତ୍ୟ ନାରାୟଣ ଦାଶ , ଜଳସେଚନ କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ସାହୁ, ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରତିଭା ପାତ୍ର,ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଓ ଜିଲ୍ଲା ପରିଷଦ ସଦସ୍ୟ, ବିଭାଗୀୟ ଅଧିକାରୀଙ୍କ ସମେତ ବ୍ଳକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment