ହିଂଜିଳିକାଟୁର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ।

ହିଞ୍ଜିଳିକାଟୁ,ତା-୧୫/୦୮(ପିପିଟି) ; ହିଞ୍ଜିଳିକାଟୁ ପୌରଞ୍ଚଳ ସମେତ ଆଖପାଖ ଅଞ୍ଚଳ ଓ ସହରର ବହୁ ଅନୁଷ୍ଠାନ ପକ୍ଷରୁ ରେ ଚଳିତ ବର୍ଷ ୭୪ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ସେହିପରି ପୌର ପରିଷଦ କାର୍ଯ୍ୟାଳୟ ରେ କାର୍ଯ୍ୟକାରି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ଷଢଙ୍ଗୀ, ଜେଏମଏଫସି କୋର୍ଟରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ, ହିଞ୍ଜିଳିଥାନାରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ରେ ଅଧ୍ୟକ୍ଷ ଏନ ରଘୁନାଥ, ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ଶାଖା ପରିଚାଳକ ସତ୍ୟାଶିସ ପଟ୍ଟନାୟକ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଲଡ଼ୁ କିଶୋର ପଣ୍ଡା, ଜନସ୍ୱାସ୍ଥ୍ୟ ବିଭାଗ ରେ ଶ୍ରୀଧର ଦାସ, ବୃନ୍ଦାବନ ସରକାରୀ ଉଚ୍ଚବିଦ୍ୟାଳୟ ରେ ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଜଳସେଚନ ବିଭାଗ ରେ ପରମାନନ୍ଦ ସାହୁ, ତ୍ରିରଙ୍ଗା ଯୁବକ ସଙ୍ଘ ପକ୍ଷ ରୁ ସଭାପତି ରଞ୍ଜନ କୁମାର ସାହୁ, ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷା ସ୍ୱାସ୍ତିକା ପାଣିଗ୍ରାହୀ ପ୍ରମୁଖ ପତକା ଉତ୍ତଳନ କରିଥିଲେ l ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Comments (0)
Add Comment