ହାରିଗଲେ ଆଉ ଜଣେ କୋରନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ।

ଭଞ୍ଜନଗର,୨୧/୦୮(ପିପିଟି); କୋରନା ଭଳି ମହାମାରୀ ସମୟରେ ବହୁ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ କୋରନା ମୁକାବିଲା ପାଇଁ ଲାଗି ପଡିଛନ୍ତି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧୀନରେ ଥିବା ଜଗନ୍ନାଥ ପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ଦୀର୍ଘ ଦିନ ହେବ କୋରନା ସମୟରେ ଲୋକଙ୍କୁ ଚିକିତ୍ସା ଯୋଗାଇ ଆସୁଥିଲେ। ହେଲେ ଶେଷରେ ସେ କୋରନା ଯୁଦ୍ଧରେ ଆଜି ହାରିଗଲେ। ଗତ କିଛି ଦିନ ହେଲା ସୁରେଶ ଅସୁସ୍ଥ ଥିଲେ। ତେଣୁ ଗତକାଲି ରାତିରେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ କୋରନା ଲକ୍ଷଣ ଥିବାରୁ ତାଙ୍କର ଆଣ୍ଟିଯେନ ଟେଷ୍ଟ କରାଯିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ଆଜି ପ୍ରଶାସନ ତରଫରୁ ତାଙ୍କୁ ମେଡିକାଲ ପରିସରରେ କୋରନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ବହୁ ପ୍ରଶାସନିକ ଅଧିକାରୀ,ପୋଲିସ ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକଙ୍କ ।ଭଞ୍ଜନଗର,୨୧/୦୮(ପିପିଟି); କୋରନା ଭଳି ମହାମାରୀ ସମୟରେ ବହୁ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ କୋରନା ମୁକାବିଲା ପାଇଁ ଲାଗି ପଡିଛନ୍ତି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧୀନରେ ଥିବା ଜଗନ୍ନାଥ ପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ଦୀର୍ଘ ଦିନ ହେବ କୋରନା ସମୟରେ ଲୋକଙ୍କୁ ଚିକିତ୍ସା ଯୋଗାଇ ଆସୁଥିଲେ। ହେଲେ ଶେଷରେ ସେ କୋରନା ଯୁଦ୍ଧରେ ଆଜି ହାରିଗଲେ। ଗତ କିଛି ଦିନ ହେଲା ସୁରେଶ ଅସୁସ୍ଥ ଥିଲେ। ତେଣୁ ଗତକାଲି ରାତିରେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ କୋରନା ଲକ୍ଷଣ ଥିବାରୁ ତାଙ୍କର ଆଣ୍ଟିଯେନ ଟେଷ୍ଟ କରାଯିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ଆଜି ପ୍ରଶାସନ ତରଫରୁ ତାଙ୍କୁ ମେଡିକାଲ ପରିସରରେ କୋରନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ବହୁ ପ୍ରଶାସନିକ ଅଧିକାରୀ,ପୋଲିସ ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକଙ୍କ ।

Comments (0)
Add Comment