ହାତୀଓଟ ଠାରେ ବିଜ୍ଞାନ ପ୍ରଯୁକ୍ତି ଯାନ୍ତ୍ରିକ ଓ ଗଣିତ ମେଳା ଅନୁଷ୍ଠିତ।

ପୋଲସରା, ୦୩୵୧୨(ପିପିଟି):ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷ୍ଟେମ୍ ଫର ଗାର୍ଲସ ତରଫରୁ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଯୁକ୍ତି ଯାନ୍ତ୍ରିକ ଓ ଗଣିତ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳା ରେ ହାତୀଓଟ ଉଚ୍ଚ ବିଦ୍ୟାଳୟ ସମେତ ଲିଙ୍ଗରାଜ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ମା ଭରlଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ଆଣି ୭ଟି ଷ୍ଟଲ ରେ ପ୍ରଦର୍ଶନ କରିଥିଲେ । ଆଜିର କାର୍ଯ୍ୟ କ୍ରମରେ ପୋଲସରା ବ୍ଲକ ଉନ୍ନୟନ ଅଧିକାର , ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ , ସିଡିପିଓ, ମହାବିଦ୍ୟାଳୟର ଅଧ୍ୟକ୍ଷ ଯାଜ୍ଞସେନୀ ସାହୁ ,ସତ୍ୟନାରାୟଣ ମହାପାତ୍ର ପ୍ରୋଗ୍ରାମ ଅଫିସର, ଦିପ୍ତିମୟୀ ବାସନ୍ତୀୟ ସହକାରୀ ଉଦ୍ଯାନଅଧିକାରୀ, ଯିଏକି ରୋଲମୋଡେଲ ଭାବରେ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ନିଜର ସ୍ମୃତି ଓ ଜଣେ ଝିଅ କିପରି ତାଙ୍କର ସ୍ବପ୍ନ ସାକାର କରିବେ ତାହା ବୁଝାଇ ଥିଲେ । ଏହି ଅବସରରେ ସନ୍ମାନିତ ଅତିଥି ରୂପେ ଅନ୍ୟାନ୍ଯ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ ,ସମସ୍ତ ଗୁରୁଜୀ ଗୁରୁମା ଓ ଅଙ୍ଗନୱାଡି, ସୁପରଭାଇଜର ,ବିଶିଷ୍ଟ ଶିକ୍ଷାବିତ ମୁରଲୀ ଧର ନନ୍ଦ, ଷ୍ଟେମ୍ ର ପବିତ୍ରା କୁମାରି ତ୍ରିପାଠୀ, ପ୍ରଗତି ନାୟକ,ପବିତ୍ର ମୋହନ ନାହାକ ଏବଂ ଅନ୍ୟ ମାନେ ମଧ୍ୟ ଯୋଗ ଦାନ କରିଥିଲେ ,ଏହି ମେଳା ର ମୁଖ୍ୟ ଉଦ୍ଦେଶ୍ୟ ସମାଜରେ କିଭଳି ପୁଅ ଓ ଝିଅଙ୍କ ଭାବନା,ବିଜ୍ଞାନର ପରିକଳ୍ପନା ଏବଂ ଆଦିରୂପ ବୃତ୍ତି ବିଷୟରେ ଅବଗତ କରେଇଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment