ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ।

ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ।

ଉଲୁଣ୍ଡା,(ପିପିଟି)୩୦/୦୪ – ସାରା ବିଶ୍ୱକୁ ମୃତ୍ୟୁର ଦୂତ ହୋଇ ଆସିଛି ମହାମାରୀ କରୋନା ଭୁତାଣୁ ।ଠିକ ଏହି ସମୟରେ ସାରା ଭାରତ ବର୍ଷ ଲାକଡାଉନ ରହିବା ଫଳରେ ଅନେକ ଗରିବ ଅସହାୟ ବ୍ୟକ୍ତି ପେଟକୁ ମୁଠାଏ ଦାନା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଭଳି ଦୁର୍ଦିନ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ଦୁର୍ଜନ ତୈଲା ଗ୍ରାମ ପଞ୍ଚାୟତର ମସିଣାପାଲି ଗ୍ରାମର ମାଁ ମହାଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗରିବ ଅସହାୟ ଲୋକଙ୍କୁ ଦିନକୁ ଦୁଇ ଓଳି ରନ୍ଧାଖାଦ୍ୟ ଯୋଗାଇ ଆସୁଛନ୍ତି ।ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ପଞ୍ଚାୟତର ଗରିବ ଜନ ସାଧାରଣ କିପରି ଖାଦ୍ୟ ପାଇଁ ଭୋକିଲା ନ ରହିବେ ତାହାକୁ ଦୃଷ୍ଟିରେ  ରଖି ଗୋଷ୍ଠୀର ସଭାନେତ୍ରୀ ଲିଲି କଲତା ଏବଂ ସମ୍ପାଦିକା ସନ୍ତୋସିନୀ ଦାସଙ୍କ ତତ୍ବାବଧାନରେ ଗୋଷ୍ଠୀର ସମସ୍ତ ସଦସ୍ୟା ସହଯୋଗ କରୁଛନ୍ତି ।ଏହାକୁ ପଞ୍ଚାୟତର   ଏମବିକେ ପୁଷ୍ପାଞ୍ଜଳି ନାଏକ ତଦାରଖ କରୁଥିବା ବେଳେ ପ୍ରାୟ ଏକ ମାସ ହେବ ଦିନକୁ ୧୦୦ ରେ ଉର୍ଦ୍ଧ ଲୋକଙ୍କ ପାଇଁ ନିୟମିତ ରନ୍ଧାଖାଦ୍ୟ ଯୋଗାଉଛନ୍ତି ।ଏହା ସହ କାରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଜନ ସାଧରଣଙ୍କୁ ସଚେତନ କରି ମାସ୍କ,ସାବୁନ,ସାନିଟାଇଜର ବଣ୍ଟନ କରୁଛନ୍ତି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment