ସ୍ୱଚ୍ଛ ଭରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଠାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ସୋନପୁର, ମାଁ ଭୈରବୀ, ନାଗେଶ୍ୱର. ମାଁ ମଙ୍ଗଲା ଓ ବଜରଙ୍ଗବାଲୀ ଏସଏଚଜିର ମିଲିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ଅଶାକର୍ମୀ ଲିଲି ସାହୁ, ପୁର୍ବତନ ସରପଂଚ ଲଖେହିରା ଜାନୀ ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ । ଏହି ଅବଶରରେ ରାସ୍ତାଘାଟ, ମନ୍ଦିର, ପୋଖରୀ ଆଦି ସ୍ଥାନରେ ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମାଜସେବୀ ହୃଷୀକେଶ ଦେହେରୀ ପରିଚାଲନା କରିଥିବା ବେଳେ ପ୍ରେମ ଭରତ ଦେହେରୀ, ଅମନ ପଧାନ, ମନୋଜ ପ୍ରଧାନ, ସୁଭଦ୍ରା ଥନାପତି, ସୁମତି ପ୍ରଧାନ, ସାବିତ୍ରୀ ପ୍ରଧାନ, ଆରତୀ ଦେହେରୀ, ଅଲ୍ଲାଦିନୀ ଦେହେରୀ, କମିଲି ଥନାପତିଙ୍କ ସମେତ ଏସଏଚଜି ମହିଲା ମାନେ ସାମିଲ ହୋଇଥିଲେ ।

(ରିପୋର୍ଟ- ଶାନ୍ତନୁ କର୍ଣ୍ଣ। )

Comments (0)
Add Comment