ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କୋଦଳା ଗସ୍ତ ,ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ।

କୋଦଳା,୦୬/୦୮(ପିପିଟି); ଗୁରୁବାର ଗଞ୍ଜାମ ଜିଲ୍ଲା କୋଦଳା “କୋଭିଡ କେୟାର ହୋମ” ଗସ୍ତ କରିଛନ୍ତି ଜିଲ୍ଲା ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟୱାରୀ । କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ,ଥାନା ଅଧିକାରୀ ଦେବାଶିଷ ମହାନ୍ତି , ବେଗୁନିଆପଡ଼ା ବ୍ଲକ ବିଡିଓ ବେଦବର ପ୍ରଧାନ , ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ,ସ୍ଵତନ୍ତ୍ର କୋଭିଡ ଅଧିକାରୀ କବିରାଜ ଆର୍ଯ୍ୟ ,ଏଏନଏମ ନିରୁପମା ଦାସ , କୋଭିଡ ମନିଟର ,ଅଙ୍ଗନୱାଡି କର୍ମୀ , କୋଭିଡ ଇନଚାର୍ଜଙ୍କ ଉପସ୍ଥିତିରେ କୋଭିଡ କେୟାର ହୋମ ରେ ଥିବା ଚାରି କରୋନା ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଏବଂ ୱାର୍ଡ ନମ୍ବର ୧୦/୧୧/ଓ ୧୪ କୁ ଯାଇ ଗୃହ ସଙ୍ଗରୋଧ କେନ୍ଦ୍ରରେ ଥିବା କରୋନା ପଜେଟିଭ ରୋଗୀଙ୍କ ଘରେ ପହଞ୍ଚି ପ୍ରତ୍ୟକ ଦିନ ଡକ୍ଟର ଆସୁଛନ୍ତି କି ନାହିଁ , ଔଷଧ ପାଇଛନ୍ତି କି ନାହିଁ ଠିକ ସମୟ ରେ ଔଷଧ ସେବନ କରୁଛନ୍ତି କି ନାହିଁ ଏବଂ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ପଚାରି ବୁଝିଥିଲେ ।ସେଠାରୁ ଫେରି ଫାସି ପଞ୍ଚାୟତ ଅନ୍ତର୍ଗତ ଲାଠୁଳି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ରେ ବାହାରିଥିଲେ ।

Comments (0)
Add Comment