ସେଲୁନ୍ ସଙ୍ଘ ପକ୍ଷରୁ ସହାୟତା ପାଇବା ପାଇଁ ଦାବି ।

ପଦ୍ମପୁର,(ପିପିଟି)୦୪/୦୫,କରୋନା ଭୂତାଣୁକୁ ଦମନ ପାଇଁ ତାଲାବନ୍ଦ ହିଁ ଏକମାତ୍ର ଉପାୟ। ତାଳାବନ୍ଦ ଯୋଗୁଁ କେବଳ ଦିନମଜୁରିଆ କିମ୍ବା ଖଟିଖିଆ ପ୍ରଭାବିତ ହୋଇନାହାଁନ୍ତି । ସେଲୁନ ଦୋକାନୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦୁଇମାସ ଧରି ସେଲୁନ ଗୁଡିକ ବନ୍ଦ ଥିବା କାରଣରୁ ସେଲୁନ ସଙ୍ଘର ପରିବାର ପୋଷଣ ପାଇଁ ଏବେ  କଷ୍ଟ ସାଧ୍ୟ ହେଲାଣି । ସରକାର ଦିନମଜୁରିଆ ତଥା ଖଟିଖିଆ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ହେଲେ ସେଲୁନ ଦୋକାନୀ ମାନେ ଦିନମଜୁରିଆ ହୋଇଥିଲେ ମଧ୍ୟ କୌଣସି ସହାୟତା ତାଙ୍କୁ ପ୍ରଦାନ କରାଯାଇନାହିଁ। ତେଣୁ ପଦ୍ମପୁର ଉପଖଣ୍ଡ ସେଲୁନ ସଙ୍ଘ ତାଙ୍କୁ କିଛି ଆର୍ଥିକ ସହାୟତା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଭାବରେ ଗୁହାରୀ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment