ସୁରତରୁ ଆସିଲା ଆଉ ୨ଟି ବସ,୧୦୮ ପ୍ରବାସୀ କ୍ୱାରେଣ୍ଟାଇନରେ ।

ଭଞ୍ଜନଗର,(ପିପିଟି)୦୨/୦୫, ଗତ ୩ଦିନ ମଧ୍ୟରେ ଗୁଜରାଟ ର ସୁରତରୁ ମୋଟ ୯ଟି ବସରେ ବହୁ ପ୍ରବାସୀ ଓଡିଆମାନେ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି।ଏଠାରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭାବେ କ୍ଵରେଣ୍ଟାଇନ ସେଣ୍ଟର ରେ ରଖାଯାଇଛି।ଗତକାଲି ରାତି ପ୍ରାୟ ୮ଟା ସମୟରେ ସୁରଟର ଅମ୍ରୋଲି ରୁ ବାହାରିଥିବା ୨ଟି ବସ ଆସି ଗଞ୍ଜାମ ଜିଲ୍ଲା ସୀମାନ୍ତ ଦୁର୍ଗାପ୍ରସାଦ ଠାରେ ପହଞ୍ଚିଥିଲା।ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ନିକଟସ୍ଥ କୁଲାଡ଼ ଗ୍ରାମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠ କ୍ୱାରେଣ୍ଟାଇନ ହୋମ ରେ ରଖାଯାଇଛି।ସେଥିରେ ୧୦୭ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଏଠାରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।କୁଲାଡ଼ ଗ୍ରାମପଞ୍ଚାୟତ ତରଫରୁ ପ୍ରବାସୀ ଓଡିଆମାନଙ୍କ ପାଇଁ ନିରାପତ୍ତା,ଖାଦ୍ୟ ଓ  ପାନୀୟର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।ଆଜି ମେଡିକାଲ ଟିମ ଆସି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ଯଦି କେହି ଅସୁସ୍ଥ ଥିବା ଜଣାପଡେ ତାହେଲେ ତାକୁ ଅଧିଜ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment