ସୁବର୍ଣ୍ଣପୁର ର ବରିଷ୍ଠ ଆଇନଜୀବି ରୁଦ୍ର ନାରାୟଣ ମିଶ୍ର ଙ୍କ ପରଲୋକ।

ସୁବର୍ଣ୍ଣପୁର ର ବରିଷ୍ଠ ଆଇନଜୀବି ରୁଦ୍ର ନାରାୟଣ ମିଶ୍ର ଙ୍କ ପରଲୋକ।

ସୁବର୍ଣ୍ଣପୁର ,୧୦/୦୯(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଘୋଡାଘାଟପଡା ନିବାସୀ ବରିଷ୍ଠ ଆଇନଜୀବି ରୁଦ୍ର ନାରାୟଣ ମିଶ୍ର ଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଯାଇଛି। ଗତ ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲ କୁ ସୋମବାର ଦିନ ସ୍ଥାନାନ୍ତରିତ ହୋଇଥିଲେ l ସେଠାରେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥା ରେ ଗତକାଲି ଅପରାହ୍ନ ପ୍ରାୟ ୪.୩୦ ରେ ପରଲୋକ ହୋଇଯାଇଛି। ତାଙ୍କ କାର୍ଯ୍ୟକାଳ ସମୟ ରେ ସୋନପୁର ବିନିକା ଓ ତରଭା ଅଞ୍ଚଳରେ ଓକିଲାତିରେ ସେ ବେଶ ସୁନାମ ଅର୍ଜନ କରିଥଲେ। ସେ ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ତଥା ସଚ୍ଚୋଟ ବ୍ୟକ୍ତି ବିଶେଷ ବେଶ ଜଣାଶୁଣା ଥିଲେ। ଏହି ଖବର ପ୍ରସାରିତ ହେଲା ପରେ ସୋନପୁର ସହରରେ ଶୋକର ଛାୟା ଖେଳଯାଇଛି। ମୃତ୍ୟୁ ବେଳେ ତାଙ୍କର ଦୁଇ ପୁତ୍ର ଉପସ୍ଥିତ ଥିଲେ। ମର ଶରୀର ତାଙ୍କ ବାସଭବନ ରେ ପହଞ୍ଚିବା ପରେ ଆତ୍ମୀୟ ସ୍ୱଜନ, ଆଇନଜୀବି ତଥା ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଗୋକର୍ଣ୍ଣେଶ୍ୱର୍ ଶ୍ମଶାନ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ବଡ ପୁଅ ଶୁଭମ ମୁଖାଗ୍ନୀ ଦେଇଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment