ସୁବର୍ଣ୍ଣପୁର ଜିଲ୍ଲା : ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଭୋଟ ଗ୍ରହଣ , ଫଳାଫଳ କୁ ଅପେକ୍ଷା ।

ସୁବର୍ଣ୍ଣପୁର ,୨୦/୦୫(ପିପିଟି):ଆଜି ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର (୬୪) ସରଂକ୍ଷିତ ବିଧାନସଭା ଆସନ ଓ ସୋନପୁର (୬୫) ବିଧାନସଭା ଆସନ ପାଇଁ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ପ୍ରବଳ ଗରମ ସତ୍ତ୍ୱେ ଭୋଟରଙ୍କ ମନରେ ଭୋଟ ଦାନ ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋଟ ଦାନ ପାଇଁ ଭୋଟର ମାନେ ଲମ୍ବା ଧାଡ଼ିରେ ଛିଡା ହୋଇ ନିଜର ବହୁମୂଲ୍ୟ ମତାଧିକାର ଦେଇଥିବା ଦେଖାଯାଇଥିଲା l କେତେକ ସ୍ଥାନରେ ସକାଳୁ ସକାଳୁ ପ୍ରଥମେ ମତଦାନ ଆରମ୍ଭ ହେବା ସମୟରେ ଇଭିଏମ ଅଚଳ ହେବା ଯୋଗୁଁ କିଛି ସମୟ ମତଦାନ ବିଳମ୍ବ ହୋଇଥିଲା l ପରେ ସ୍ୱାଭାବିକ ଭାବରେ ମତଦାନ ଚାଲିଥିଲା l ସକାଳେ ସୋନପୁର ସହର ର ମହାରାଜା ଉଚ୍ଚ ବିଦ୍ୟାଳୟ ରେ ମକ ପୁଲ ବିଳମ୍ବ ପାଇଁ ୧୫ ମିନିଟ ମତଦାନ ବିଳମ୍ବ ହୋଇଥିଲା l ସେହିପରି ୯ ନମ୍ବର ବୁଥ ରେ ୩୫ ମିନିଟ ପର୍ଯ୍ୟନ୍ତ ଇଭିଏମ ମେସିନ ଅଚଳ ଯୋଗୁଁ ମତଦାନ ଆରମ୍ଭ ରୁ ବିଳମ୍ବ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ରେ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲେ ହେଁ କେତେକ ବୁଥ ମାନଙ୍କ ରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା l ସକାଳେ ବୁଥ ମାନଙ୍କ ରେ ଭିଡ଼ ଦେଖିବାକୁ ମିଳିଥିଲେ ହେଁ ପ୍ରଚଣ୍ଡ ଖରା ଯୋଗୁଁ ମଧ୍ୟାହ୍ନ ସମୟ ରେ ବୁଥ ମାନଙ୍କ ରେ ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା l ଅପରାହ୍ନ ସମୟ ରେ ବୁଥ ମାନଙ୍କ ରେ ପୁଣି ଭୋଟର ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏଥର ଯୁବ ଭୋଟର ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l ବୁଥ ମାନଙ୍କ ରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲାବେଳେ ମତଦାନ କେନ୍ଦ୍ର ବାହାରେ ମଧ୍ୟ ଭୋଟର ଙ୍କ ପ୍ରବଳ ଭିଡ଼ ଲାଗିରହିଥିଲା l ବର୍ତ୍ତମାନ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଙ୍କ ଭାଗ୍ୟ ଇଭିଏମ ରେ ସିଲ ହୋଇଥିବା ବେଳେ ଆଗାମୀ ୪ ତାରିଖ ରେ ଭାଗ୍ୟ ଖୋଲିବ l ସନ୍ଧ୍ୟା ୫ ଟା ସୁଦ୍ଧା ଵୀରମହାରାଜପୁର (୬୪) ବିଧାନସଭା କ୍ଷେତ୍ର ରେ ୬୭.୮% ଓ ସୋନପୁର ବିଧାନସଭା କ୍ଷେତ୍ର ରେ ୭୧.୩୫% ମତଦାନ ହୋଇଥିବା ରେକର୍ଡ କରାଯାଇଛି l ପାରବର୍ତ୍ତୀ ସମୟରେ ମତଦାନ ହାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment