ସାନଖେମୁଣ୍ଡି,୨୪/୧୨(ପିପିଟି): ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟକ୍ରମକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ଗଞ୍ଜାମ ଜିଲ୍ଲା ମହିଳା ଉପଦେଷ୍ଟା ନନ୍ଦିନୀ ଦେବୀ ସାନଖେମୁଣ୍ଡି ଗ୍ରସ୍ତରେ ଆସି ସାନଖେମୁଣ୍ଡି ବ୍ଳକର ଗାଙ୍ଗପୁର ପଞ୍ଚାୟତ ଏବଂ ଏରେଣ୍ଡ୍ରା ପଞ୍ଚାୟତ ଗସ୍ତକରି ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ବହୁ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଗଙ୍ଗାପୁର ପଞ୍ଚାୟତରେ ଗ୍ରାମମଣ୍ଡପ,କଲ୍ୟାଣମଣ୍ଡପ, କୋଠାଘର,ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ । ସେହିପରି ଏରେଣ୍ଡ୍ରା ପଞ୍ଚାୟତରେ ଗ୍ରାମକୋଠଘର , ନୀଳକଣ୍ଠେଶ୍ଵର ମନ୍ଦିର ରୋଷେଇ ଗୃହ , ଆଦର୍ଶବନ୍ଧ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୃହ , ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହିତ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକର ବିଜେଡି ସଭାପତି ନୀଳମାଧବ ରାଉତ , ଅମିନ ପ୍ରଧାନ , ଗାଙ୍ଗପୁର ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ,ସମିତିସଭ୍ୟା ମାମାନୀ ପାତ୍ର ,ଏରେଣ୍ଡ୍ରା ସରପଞ୍ଚ ଜୟନ୍ତୀ ପ୍ରଧାନ , ସହଦେବ ପ୍ରଧାନ,ରାଜ୍ୟ ଜିଲ୍ଲା ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ବିଜେଡି ଯୁବ ନେତା ଧିରେନ ରଣା,ପାଟପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି , ଅନ୍ତର୍ଯମୀ ସ୍ୱାଇଁ , ଓଁପ୍ରକାଶ ସାହୁ,ସନ୍ତୋଷ ନାୟକ,ମାଧବ ରାଓ ଏବଂ ବହୁ ଦଳୀୟ କର୍ମୀ ସହ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )