ସାଧନା ଶିଳ୍ପ ତାଲିମ କେନ୍ଦ୍ର ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।

ବୋଲଗଡ,(ପିପିଟି)୦୬/୦୬, ମହାମାରୀ କରୋନା ସାରା ଦେଶ ଓ ରାଜ୍ୟରେ ଦିନ କୁ ଦିନ ତାର କାୟlବିସ୍ତାର କରିବାରେ ଲାଗିଛି। ମହାମlରୀ କରୋନାକୁ ନେଇ ସାରା ବିଶ୍ୱ ବାସୀ ଭୟ ଭିତ ହୋଇଥିବା ବେଳେ ଯେଉଁ ଯୋଦ୍ଧା ମାନେ ନିଜ ପରିବାରକୁ  ଛାଡି ଆଗ ଧାଡିରେ ରହି  ମହାମାରୀ କରୋନାକୁ ପତିହତ କରିବା ପାଇଁ ଦିନ ରାତି ଅହରହ ଚେଷ୍ଟା ଜାରି ରଖିଛନ୍ତି । ସେମାନଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କ ମନୋବଳ ଦୃଢ କରିବା ପାଇଁ  ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ  ବାଙ୍କୋଇ ଗ୍ରାମ ପଞ୍ଚାୟତର ସାଧନା ଶିଳ୍ପ କେନ୍ଦ୍ର ପକ୍ଷରୁ କରୋନା ଯୋଦ୍ଧା ମାନକୁ  ସମ୍ବର୍ଦ୍ଧନା ଦିଆଯାଇଛି ।ସେବା କ୍ଷେତ୍ରରେ ଜାରି ରହିଥିବା ଏ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗର କର୍ମୀ, ପୋଲିସ, ସାମ୍ବାଦିକ ବନ୍ଧୁ, , ଅଙ୍ଗନୱାଡି କର୍ମୀ, ଆଶା ଓ କାର୍ଯ୍ୟରତ ସ୍ବେଛାସେବୀ ମାନକୁ ପୁଷ୍ପ ଗୁଛ, ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସମ୍ବର୍ଦ୍ଧନା ଉତ୍ସବରେ ବାଙ୍କୋଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ  ମାଧବ ବିଶ୍ୱାଳଙ୍କ ନେତୃତ୍ୱ ରେ ନିମନ୍ତ୍ରିତ ଅତିଥି  କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ରିପୋର୍ଟ – ସୁଶାନ୍ତ ପ୍ରଧାନ ।

Comments (0)
Add Comment