ସରକାରଙ୍କୁ ଲୋନ୍ ଛାଡ ପାଇଁ ସ୍ଵୟଂ ସହାୟିକା ଗୋଷ୍ଠି ତରଫରୁ ଦାବିପତ୍ର ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୦/୦୬, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠିର ପ୍ରାୟ ୫୦ଜଣ ମହିଳା ବନ୍ଦନା ,ମହାଶକ୍ତି ,ସୂର୍ଯ୍ୟୋଦୟ ,ଫଲର୍ଟନ ,ଗ୍ରାମିଣକୋଟା ,ମାଇକ୍ରୋଫାଇନାନ୍ସ୍ କମ୍ପାନୀ ଠାରୁ ଲୋନ୍ ଆଣିଥିଲେ ହେଲେ ଲକଡାଉନ୍ ସମୟରେ କୌଣସି ରୋଜଗାର ନହେବା ଦ୍ଵାରା ଗ୍ରୁପ ପଇସା ଶୁଝିପାରୁ ନାହାନ୍ତି ।ସେହି ସମୟରେ କମ୍ପାନୀ ଏଜେଣ୍ଟ ମାନେ ଆସି ସୁଧ ପଇଠ କରିବାକୁ କହୁଛନ୍ତି ।ଏହି ଲକଡାଉନ୍ ସମୟରେ ବହୁତ ଅସୁବିଧା ରେ ଥିବାରୁ ପ୍ରାୟ ୫୦ ଜଣ ମହିଳା ସରକାରଙ୍କୁ ଲୋନ୍ ଛାଡ୍ କରିବା ପାଇଁ ଗୁହାରି କରୁଛନ୍ତି ।ଏଥିରେ ସ୍ଵୟଂ ସହାୟିକା ମହିଳା ମାନେ ଯଥା ଦଇନି ମାଝୀ ,ହଂସନି ମାଝୀ ,ଜମ୍ବୁବତୀ ମାଝୀ ,ପୂର୍ଣ୍ଣାବତୀ ମାଝୀଙ୍କ ତତ୍ଵାବଧାନରେ ଅନ୍ୟାନ୍ୟ ମହିଳା ମାନେ ସାମିଲ ହୋଇ ଦାବି ଜଣାଇଥିଲେ ।
କଳାହାଣ୍ଡି ରୁ ବବୁଲୁସାହୁ ଙ୍କ ରିପୋର୍ଟ l

Comments (0)
Add Comment