ସମବାୟ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ଗୋପାଳପୁର ବେଳାଭୂମିରେ ୭୪ତମ ସ୍ୱାଧୀନତା ଦିବସ ପାଳନ ।

ବ୍ରହ୍ମପୁର,୧୫/୦୮(ପିପିଟି); ସମବାୟ ପରିଚାଳନା ପ୍ରତିଷ୍ଠାନ, ବେଳାଭୁମି ଗଂଜାମ ତରଫରୁ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୁମିର ଉନ୍ନୟନ କମିଟିର ଅଧକ୍ଷ ତଥା ନିର୍ଦ୍ଦେଶକ,ଓଡିଶା ରାଜ୍ୟ ସମବାୟ ୟୁନିଅନ ସନାତନ ସଂଗ୍ରାମ ସିଂ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ଉତ୍ସବରେ ସମବାୟ ସମିତି ସମୂହ, ବ୍ରହ୍ମପୁର ମଣ୍ଡଳର ବିଶ୍ୱ ରଞ୍ଜନ ଦାଶ, ସମବାୟ ସମୀକ୍ଷକ , ବ୍ରହ୍ମପୁର ସେଇ କମଳା କାନ୍ତ ମିଶ୍ର ଓ ସହକାରୀ ନିର୍ଦ୍ଦେଶକ ସମବାୟ ସମିତି ସମୂହ ତଥା ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ଶିବ ପ୍ରସାଦ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ସାରା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାକୁ ପ୍ରତିହିତ କରିବା ପାଇଁ ଭାରତ ସରକାର ଓ ଓଡିଶା ସରକାର ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନକୁ ମାନିକି ରହିବା ଏହି ବକ୍ତବ୍ୟ ସ୍ଵାଧିନତା ଦିବସ ଅବସରରେ ଦେଇଥିଲେ। ସମସ୍ତ ସମବାୟ ଅନୁଷ୍ଠାନର କର୍ମଚାରୀ ମାନେ ନିଷ୍ଠାପର ଭାବେ କାର୍ଯ୍ୟକରି ଏହି କରୋନା ରୋଗ ଠାରୁ କିପରି ଜିତିବା ତାହା ମଧ୍ୟ ଅଭିଭାଷଣ ଦେଇଥିଲେ। ଉକ୍ତ ଉତ୍ସବରେ ସମବାୟ ପରିଚାଳନା ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡି. କୃଷ୍ନାନନ୍ଦ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment