ସତର୍କ ଘଣ୍ଟି ! ସାବଧାନ କରୋନା ଧାଉଁଛି ଆଗକୁ ଆଗକୁ ।

ପଦ୍ମପୁର,(ପିପିଟି)୧୪/୦୬ ,ବରଗଡ ଜିଲ୍ଲାରେ କରୋନା ଆଗକୁ ଆଗକୁ ମାଡିବାରେ ଲାଗିଛି । ଓଡିଶା ରାଜ୍ୟସରକାର ବାରମ୍ବାର ତାଗିତ କରୁଥିବା ସତ୍ୱେ ଲୋକେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରିବାର ପରିଣାମ ବର୍ତମାନ ଆମ ବରଗଡ ଜିଲ୍ଲାର ଜନସାଧାରଣଙ୍କୁ ଭୋଗିବାକୁ ପଡିପାରେ । ବେଳଥାଉଁ ଆମେ ଯଦି ସତର୍କତା ଅବଲମ୍ବନ ନ କରିବା ତାହାହେଲେ କରୋନା ସମଗ୍ର ବରଗଡ ଜିଲ୍ଲାର ଗଳିକନ୍ଧି ସହର ସମେତ ସମଗ୍ର ଗ୍ରାମାଞ୍ଚଳକୁ ଧାଇଁ ଚାଲିବ ଏଥିରେ ତିଳେ ମାତ୍ର ସନ୍ଧେହ ନାହିଁ । ଏଣୁ ସତର୍କ ରୁହ ଏବଂ ମାକ୍ସ ବ୍ୟବହାର କର । ସାମାଜିକ ଦୂରତା କୁ ପ୍ରାଧାନ୍ୟ ଦିଅ । ସଦା ସର୍ବଦା ସାବୁନ ରେ ହାତଗୋଡ ସଫାକର ନହେଲେ ସବୁ ଗୋଟିଏ ଲାଉର ମଞ୍ଜି ସଦୃଶ ରେ ପରିଣତ ହେବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ କଲ୍ୟାଣୀ ଦାଶଙ୍କ ସୂଚନା ଅନୁସାରେ ଝାରବନ୍ଧ କୋଭିଡ ୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଜଣେ, ଭେଡେନ ଟି.ଏମ.ସି(ଆଇ.ଆଇ.ସି)ର ଜଣେ, ରୁଷୁଡା ଟି.ଏମ.ସି ର ୬ଜଣ,ଅଡଗାଁ ଟି.ଏମ.ସି ର ୨ଜଣ କୁରୁଆଁ ଟି.ଏମ.ସି ର ୪ ଜଣ,ଦର୍ଲିଗୁଡା ଦହିଗାଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧ଜଣେ ମୋଟ ୧୫ ଜଣ ବରଗଡ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ସଂଗରୋଧ ଥିବା ବ୍ୟକ୍ତି ଓ ଝାରବନ୍ଧ ବ୍ଲକର ସରଗୁଲ ଗ୍ରାମର ସ୍ଥାନୀୟ ଜଣେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତିା ସ୍ଥାନୀୟ ଆକ୍ରାନ୍ତଙ୍କର  ଚିହ୍ନଟ ଟ୍ରେସିଙ୍ଗ୍ ଜାରି ରହିଛିା ସୂଚନା ଥାଉକି ପଦ୍ମପୁର ବ୍ଲକ ଦର୍ଲିଗୁଡା କ୍ୱାରେଣ୍ଟାଇନ ସେଣ୍ଟର ବ୍ୟକ୍ତି ଜଣକ ଜଣେ ଗର୍ଭବତୀ ମହିଳା ଅଟନ୍ତି । ଅନ୍ୟ ସମସ୍ତ ପୁରୁଷ ବ୍ୟକ୍ତିଙ୍କ ବୟସ ୧୭ ରୁ ୫୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ସଂପୃକ୍ତ ଅଞ୍ଚଳ ଗୁଡିକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିବା ସହିତ ଆଖପାଖ ଅଞ୍ଚଳ ଗୁଡିକୁ ବମ୍ଫର ଜୋନ ଭାବରେ ଘୋଷଣା କରାଯାଇଛିାସମସ୍ତ ଅଞ୍ଚଳ କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଛି ବୋଲି ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ କେୟାର ସେଣ୍ଟରକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଛି । ଏଣୁ ସାବଧାନ ଜନସମାଜ ମାଡି ଚାଲିଛି କରୋନା ସତର୍କ ରୁହ,ସଚେତନ ରୁହ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment