ସଟ ଡାଉନ ପାଇଁ ପ୍ରଶାସନ ନେଲା କଠୋର ପଦକ୍ଷେପ ।

ଭଞ୍ଜନଗର,(ପିପିଟି)୧୬/୦୬,  ଗଞ୍ଜମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଜୁନ ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ୧୯ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ଯାହାଫଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାପାଇଁ ଅନୁମତି ଦିଆଯାଇଛି ।ଏହି ସମୟରେ ଗାଡ଼ି, ମଟର, ଅଟୋ ଓ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଭଞ୍ଜନଗର ଅଞ୍ଚଳ ରେ ୨ଟି ଓ ବେଳଗୁଣ୍ଠା ବ୍ଲକରେ ୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ସଟଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ତେଣୁ ଆଜି ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଜୋରଦାର କରିଛନ୍ତି।ସ୍ଥାନୀୟ ବଡ଼ କୋଦଣ୍ଡା ଛକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏନ.ଏ.ସି ନୋଡାଲ ଅଫିସର ଦିଲୀପ ସ୍ଵାଇଁ ଓ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଗାଡିମଟରକୁ ଯାଞ୍ଚ କରିବା ସହ ଅମାନିଆଙ୍କୁ ତାଗିଦ କରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment