ସଙ୍ଗରୋଧ କେନ୍ଦ୍ରରୁ ବାହାରିଲେ ୭୦ପ୍ରବାସୀ ଓଡ଼ିଆ ,ସାବିତ୍ରୀ ପାଳିଲେ ୪୦ ମହିଳା ।

କୋଦଳା,(ପିପିଟି ନ୍ଯୁଜ୍)୨୨/୦୫,  ଦୀର୍ଘ ୨୧ଦିନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସେମାନଙ୍କ ଧାର୍ଯ୍ୟ ସମୟ ପୁରି ଯାଇଛି । ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବାହାର ରାଜ୍ୟ ତଥା ଦେଶରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ କୋଦଳା ଅଞ୍ଚଳର ୬ ଗୋଟି  ସଙ୍ଗରୋଧ କେନ୍ଦ୍ରରେ ୬୦୩ ଜଣଙ୍କୁ ରଖାଯାଇଥିଲା ।ଶୁକ୍ରବାର କଲ୍ୟାଣ ମଣ୍ଡପ ଠାରେ ଥିବା ୭୦ ପ୍ରବାସୀଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ ପ୍ରକାରେ  ଜୋନାଲ ଅଫିସର କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ତତ୍ଵାବଧାନ ରେ ନୋଡାଲ ଅଫିସର ଧିରଜ କୁମାର ପାତ୍ର , କେନ୍ଦ୍ର ଇନଚାର୍ଜ ସରସ୍ୱତୀ ସୁବୁଦ୍ଧି ,ସୁଦଷ୍ଣା  ମହାରଣା , ଅଳକା ମିଶ୍ର , ଏଏନ୍ଏମ୍ ପ୍ରମିଳା ପାତ୍ର , ସାନିଟେସନ ଏକ୍ପୋପୋର୍ଟର ଚନ୍ଦ୍ର ମାରାଣ୍ଡି , କମ୍ପୁଟର ଆସିଷ୍ଟାଣ୍ଟ ସ୍ୱପ୍ନ କୁମାର ସାହୁ , ଅଙ୍ଗନୱାଡି କର୍ମୀ ରଶ୍ମିତା ବେହେରା , ରନିତା ବେହେରା ଓ  ସହାୟିକାଙ୍କ ଉପସ୍ଥିତିରେ କୋଭିଡ୍ ୧୯ ଅବ୍ୟାହତ ପ୍ରମାଣ ପତ୍ର ,ହୋମ କ୍ଵାରେଣ୍ଟାଇନ ନିୟମାବଳୀ ସହିତ ଜିଲ୍ଳା ପ୍ରଶାସନର ମାନପତ୍ର ପ୍ରଦାନ କରାଯାଇଥିଲା । ସେମାନେ ୧୪ଦିନ ପର୍ଯନ୍ତ ବାହାରକୁନ ବାହାରି ଘର ଭିତରେ ରହିବାକୁ ଚୁକ୍ତିନାମା ଦେଇ ନିଜ ନିଜ ଗ୍ରାମକୁ ବସ ଯୋଗେ ଯାଇଥିଲେ ।ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଙ୍ଗରୋଧ ଗ୍ରୁହ ରେ ରହୁଥିବା ୪୦ଜଣ ମହିଳା ନିଜ ନିଜ ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ ।ସେମାନଙ୍କ ପାଇଁ ଏନଏସି ତରଫରୁ କିଛି ଉପବାସ ସାମାନ ଯୋଗାଇ ଦିଆଯାଇଥିଲା ।

Comments (0)
Add Comment