ଶିବ ମନ୍ଦିରରୁ ଦାନ ହୁଣ୍ଡି ସମେତ ବହୁମୂଲ୍ଯ ସାମଗ୍ରୀ ଚୋରି ।

ଦିଗପହଣ୍ଡି,(ପିପିଟି)୨୯/୦୪-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପିତାମ୍ବରପୁର ଗ୍ରାମ ଅଧିନରେ ଥିବା ନିଳକଣ୍ଠେଶ୍ୱର ଶୈବପୀଠରୁ ସୋମବାର ବିଳମ୍ବିତ ରାତ୍ରୀରେ ଦୃର୍ବୁତ୍ତ ମାନେ ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଦାନହୁଣ୍ଡି ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡିଛି। ଖବରପ୍ରକାରେ , ଶିବଲିଙ୍ଗ ମଥାରେ ଥିବା ରୁପାଚନ୍ଦ୍ର , ଦାନହୁଣ୍ଡି , ତମ୍ବାଢାଳ , ପିତଳ ଥାଳି ସବୁ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଶୈବପୀଠ ପୁଜକ ମିନକେତନ ରଣା କହିଛନ୍ତି। ପୂଜକଙ୍କ କହିବା ପ୍ରକାରେ ସୋମବାର ରାତ୍ର ୯ଟା ସମୟରେ ଠାକୁରଙ୍କୁ ପୁଜାଅର୍ଚ୍ଚନା କରି ପହଡ ପକାଇ ଘରକୁ ଚାଲିଯାଇଥିଲେ । ମଙ୍ଗଳବାର ଭୋର ସମୟରେ ପୂଜକ ଜଣକ ପୁଜାପାଇଁ ମନ୍ଦିର ଭିତରକୁ ପଶିଲା ସମୟରେ ମୁଖ୍ୟ ଗେଟ ଖୋଲାଥିବା ଦେଖି ଭୟଭୀତ ହୋଇପଡିଥିଲେ। ଘଟଣା ସମ୍ପର୍କରେ ଗ୍ରାମର ଲୋକଙ୍କୁ ଖବରଦେଇଥିଲେ। ଗ୍ରାମ ଲୋକ ଘଟଣା ସମ୍ପର୍କରେ ମନ୍ଦିର ଚତୁଃପାର୍ଶ୍ଵ ବୁଲିଦେଖିଲା ବେଳକୁ ଦାନହୁଣ୍ଡିଟି ମନ୍ଦିର ବେଢାରେ ଥିବା କୁଅ ପାଖରେ ପଡିଥିବା ଦେଖିଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ଦିଗପହଣ୍ଡି ଥାନା ଅଞ୍ଚଳରେ ଅପରାଧ ବୃଦ୍ଧି ସଙ୍ଗକୁ ଚୋରା ମଦ କାରବାର ସକ୍ରୀୟ ଥିବା ଦେଖିବାକୁ ମିଳୁଛି ।
ରିପୋର୍ଟ – ରବିକୁମାର ଶର୍ମା

Comments (0)
Add Comment