ଶଶୁରର ଗୁଳି ମାଡ଼ରେ ବୋହୁ ମୃତ ।

ବଡ଼ଗଡ଼,(ପିପିଟି)୧୩/୦୬,ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ବାରଭରଣିଆ ଗ୍ରାମରେ ଶଶୁରର ଗୁଳି ମାଡ଼ରେ ବୋହୁ ମରିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବୋହୁ ଗୁଳି ମାଡ଼ରେ ମରିବା ପରେ ଶଶୁର ଜଙ୍ଗଲରେ  ଫେରାର ହୋଇଯାଇଛି। ଉକ୍ତ ଘଟଣା ଘଟିବା ପରେ ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନ,ବଡ଼ଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରୁଛନ୍ତି।ଘଟଣାରୁ ପ୍ରକାଶ ଯେ ବାରଭରଣିଆ ଗ୍ରାମର ପ୍ରଫୁଲ ମଲ୍ଲିକଙ୍କ ପୁଅ ମିଟୁ ମଲ୍ଲିକ ଗତ ତିନିମାସ ତଳେ ସୋରଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ରଶ୍ମିତା ମଲ୍ଲିକଙ୍କ ସହିତ ବିବାହ କରିଥିଲେ।ବିବାହ ସମୟରେ ବାପା ପ୍ରଫୁଲ ପୁଅ ପାଇଁ ୫୦ହଜାର କରଜ କରି ବାହାଘର କାମ ଉଠାଇ ଥିଲେ। ଉକ୍ତ  ଟଙ୍କାକୁ ନେଇ ବାପା ପ୍ରଫୁଲ ଓ ପୁଅ ମିଟୁ ମଧ୍ୟରେ ଗତ ଏକ ମାସ ହେଲା ଯୁକ୍ତିତର୍କ ଲାଗି ଥିଲା। ଶନିବାର ସକାଳେ ୧୧ଟା ବେଳେ ବାପା ପ୍ରଫୁଲ୍ଲକୁ କରଜ ଦେଇଥିବା ଲୋକ ଆସି ଟଙ୍କା ମାଗିଥିଲେ। ଫଳରେ ସକାଳେ ବାପା ପ୍ରଫୁଲ ଓ ପୁଅ ମିଟୁକୁ ପଇସା ମାଗିଥିଲେ। ପୁଅ ମିଟୁ ଟଙ୍କା ଦେବେନି ବୋଲି ମନା କରିଦେଇଥିଲେ। ଫଳରେ ଉତକ୍ଷିପ୍ତ ବାପା ପ୍ରଫୁଲ ନିଜ ଫାଖରେ ଥିବା ଦେଶୀ ବନ୍ଧୁକରେ ମାରିଦେବାକୁ ଉଦ୍ୟତ ହୋଇଥିଲା। ସେହି ସମୟରେ ବୋହୁ ରଶ୍ମିତା ଆଗକୁ ଆସି ଯିବାରୁ ମୁଣ୍ଡ ରେ ଗୁଳି ବାଜି ଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବୋହୁ ରଶ୍ମିତା ଘଟଣା ସ୍ଥଳରେ ଟଳି ପିଡ଼ିଥିଲେ ।ସଙ୍ଗେ ସଙ୍ଗେ ପ୍ରଫୁଲ୍ଲ ଏହି କାଣ୍ଡ କରି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଫେରାର ହୋଇଯାଇଛନ୍ତି।ଖବର ପାଇ ବଡ଼ଗଡ ପୋଲିସ, ଏସଡିପିଓ   ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ବଡ଼ଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅତିଶୀଘ୍ର ଶଶୁର ପ୍ରଫୁଲ୍ଲକୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment