ଲେଖାଚିତ୍ର ମଧ୍ୟରେ କରୋନା ସଚେତନତା ।

ହିଞିଳିକାଟୁ,(ପିପିଟି ନ୍ଯୁଜ୍)୧୦/୦୪ :-ମାହାମାରୀ କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ ୧୪ଏପ୍ରିଲ ଘୋଷଣା ହୋଇଛି ।ତାହା ୩୦ ଏପ୍ରିଲ ଅବଧି ବଢିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି।ଏହି ପରିପ୍ରେକ୍ଷୀରେ ଅଯଥା କାମ ନଥାଇ ବାହାରକୁ ନ ବାହାରି ଘରେ ରହି ବାକୁ ଅନୁରୋଧ କରାଯାଇଛି।ତଥାପି ଆମାନିୟା ବ୍ୟକ୍ତି ବାହାରେ ବୁଲୁ ଛନ୍ତି ।ସେମାନଙ୍କୁ ସଚେତନ କରିବାକୁ ବହୁ ଗୀତିକାର, ସାହିତ୍ୟିକ ଓ ଚିତ୍ରକଳା ବାହାରି ଛନ୍ତି ।ସେଥି ମଧ୍ୟରୁ ସ୍ଥାନୀୟ ପୋୖର ଅଞ୍ଚଳ ମୋହନ କୋଲନିର ସୀମାଞ୍ଚଳ ପ୍ରଧାନ ତାଙ୍କ ହସ୍ତ କଳା କାରୁକାର୍ଯ୍ୟ କରି ଦେଖାଇଛନ୍ତି ।ସେ ସାହି ମଧ୍ୟରେ ଗୋଟିଏ ଚା ଦୋକାନ କରି ପରିବାର ଗୁଜାରଣ କରୁଥିଲେ ।ଲକ ଡାଉନ ଘୋଷଣା ପରେ ସମ୍ପୂର୍ଣ୍ଣ ଦୋକାନ ବନ୍ଦ ରହିଛି।ଏବେ ସେ ରାସ୍ତା ଘାଟରେ ବଡ ବଡ ଅକ୍ଷର ରେ  କରୋନା ସଚେତନ ବାର୍ତ୍ତା ଲେଖିଥିବା ଦେଖିବାକୁ ମିଳିଛି।ଶ୍ରୀ ପ୍ରଧାନ ଏହି ଅଞ୍ଚଳର ସ୍ୱଚ୍ଛତା ପାଇଁ କାମ କରି ଜନପ୍ରିୟ ହୋଇଛନ୍ତି। ସାବଧାନ ଜନତା  ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ରାସ୍ତା ଉପରେ  ସୁନ୍ଦର ଭାବେ ସଚେତନତା ବାର୍ତ୍ତା ଲେଖି ଜଣାଇଛନ୍ତି ।ଯାହାକି ଜନସାଧାରଣ ମାନଙ୍କୁ ଆକୃଷ୍ଟ କରିପାରିବ।ସେ ଏବେ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି

Comments (0)
Add Comment