ଯାଜପୁର,୨୬/୦୮(ପିପିଟି); ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନ ଦେବା ସହିତ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଯାଜପୁର ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ଆଜି ସନ୍ଧ୍ୟାସୁଧା ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ