ଲକ୍ ଡାଉନ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ମୋବାଇଲ୍ ଜବତ ହେବ

ଛତ୍ରପୁର,(ପିପିଟି ନ୍ଯୁଜ୍)୨୬/୦୩-କରୋନା କୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ କୁ ଯେଉଁମାନେ ଉଲ୍ଲଘଂନ କରି ରାସ୍ତାରେ ଚକ୍କର କାଟିବେ ସେମାନଙ୍କ ବାଇକ୍ ସହିତ ମୋବାଇଲ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲାରେ ବାହାର ରାଜ୍ୟରୁ ୧୫ ହଜାର ୩୭୭ ଜମି ଏବଂ ବିଦେଶରୁ ୩୭୨ ଜଣଙ୍କର ପ୍ରତ୍ଯେହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ ।ଟାଟା ସହିତ ବୁଝାମଣା ପୂର୍ବକ ଶୀତଳପଲ୍ଲୀ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ କୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ। ଅନ୍ଯୁନ୍ଯ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡ୍ ର ସୁବ୍ଯବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ବୟସ୍କ ବ୍ୟକ୍ତିମାନେ ପଦାକୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି ।ପ୍ରତ୍ୟେକ ଗ୍ରାମ ସ୍ତରରେ ୫ଜଣ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତର ସ୍ତରରେ ୨୦ଜଣ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବା କୁ ଜିଲ୍ଲାପାଳ କହିଛନ୍ତି ।ଯେଉଁ ମାନଙ୍କର କ୍ବାରେଣ୍ଟାଇନ୍ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବାକୁ ନିଷେଧ କରାଯାଇଛି ।ଅତ୍ଯାବଶ୍ଯକ ଜିନିଷ ପରିବହନ କରୁଥିବା ଚାରି ଚକିଆ ଏବଂ ତିନି ଚକିଆ ଯାନକୁ ସଂପୃକ୍ତ ଉପ ଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ ।ସାହି ବସ୍ତିରେ ସ୍ବଂୟ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ ।ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାରେ ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ସ୍ଥାନରେ ବସାଇବା ସହ ଉପଯୁକ୍ତ ଦୂରତ୍ବ ବଜାୟ ରଖି ପରିବା କ୍ରୟ ଓ ବିକ୍ରୟ କରିବାକୁ କୁହାଯାଇଛି ।ସ୍ଥାନୀୟ ପ୍ରଶାସନ ଏହାକୁ ସୁନିଶ୍ଚିତ କରିବେ । କରୋନା ବିଭୀଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବରେ ଏହି ଲଢେଇରେ ସାମିଲ୍ ହେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Comments (0)
Add Comment