ରାସ୍ତାକଡ଼ ବୁଦାରୁ ଯୁବକଙ୍କ ଶବ ଉଦ୍ଧାର ।

ବେଲଗୁଣ୍ଠା,୧୨/୦୧(ପିପିଟି): ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନାହାଡା ଗ୍ରାମର ରାସ୍ତାକଡ଼େ ଥିବା ଏକ ବୁଦାରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ଶବଟି ବେଲଗୁଣ୍ଠା ବ୍ଳକ୍ ବୋରିପଦର ଗ୍ରାମର ଭାସ୍କର ନାଇକଙ୍କ ପୁଅ ବୁଲୁ ନାଇକଙ୍କ ପୁଅ ବୋଲି ଜଣା ପଡ଼ିଛି ବୁଲୁଙ୍କ ବାପା ଭାସ୍କର ଏବଂ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ଆଠ ଦଶ ବର୍ଷ ହେବ ବୁଲୁ ମାନସିକ ବିକୃତ ହୋଇଯାଇଥିବା ବେଳେ ବହୁ ସମୟରେ ଘରୁ କୁଆଡେ ପଳାଇଯାଉଥିଲେ । ସେହିପରି ଗତ କାଲି ମଧ୍ୟ ବୁଲୁ ଘର ଛାଡି ପଳାଇଆସିଥିବା ବେଳେ ଆଜି ସ୍ଥାନୀୟ ଲୋକେ ବୁଦାରେ ବୁଲୁଙ୍କ ଶବ ମୁହଁ ମାଡ଼ି ପଡିଥିବାର ଦେଖିଥିଲେ ମଧ୍ୟ ଶବଟିକୁ ଚିହ୍ନଟ କରିପାରିନଥିଲେ । ଅନ୍ୟପଟେ ଖବର ପ୍ରଚାରିତ ହେବା ପରେ ବୁଲୁଙ୍କୁ ଖୋଜୁଥିବା ବୁଲୁର ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଶବ ଚିହ୍ନଟ କରିଥିଲେ । ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଗାଙ୍ଗପୁର ଥାନାରେ ୦୨/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଧିକାରୀ ଏସ୍ଆର ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ବୁଲୁଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Comments (0)
Add Comment